ଶାହାଙ୍କ ସମ୍ପତ୍ତି ୯ ବର୍ଷରେ ୩ ଗୁଣା ବୃଦ୍ଧି, ପତ୍ନୀଙ୍କର ୫ ବର୍ଷରେ ୧୬ ଗୁଣା

ନୂଆଦିଲ୍ଲୀ: ବିଶାଳ ରୋଡ ସୋ’ କରି ବିଜେପି ପକ୍ଷରୁ ସାସଂଦ ପ୍ରାର୍ଥୀ ଭାବେ ଗାନ୍ଧୀନଗରରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ନାମାଙ୍କନରେ ଦାଖଲ କରିଥଇବା କାଗଜପତ୍ରରୁ ଜାଣିବାକୁ ମିଳିଛି ଯେ ଅମିତ ଶାହାଙ୍କ ସମ୍ପତ୍ତି ୭ ବର୍ଷରେ ୩ ଗୁଣା ବୃଦ୍ଧି ପାଇଛି। ଅମିତି ଏବଂ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ପରିମାଣ ଏବେ ସାମ୍ନାକୁ ଆସିଛି।

ଶାହା କରିଥିବା ସତ୍ୟପାଠ ଅନୁଯାୟୀ ଶାହା ଏବଂ ତାଙ୍କ ପତ୍ନୀଙ୍କ ନିକଟରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮.୮୧ କୋଟି ଟଙ୍କା। ୨୦୧୨ ମସିହାରେ ଶାହା ଦମ୍ପତିଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୧୧.୭୯ କୋଟି ଟଙ୍କା। ମୋଟ ସମ୍ପତ୍ତି ୩୮.୮୧ କୋଟି ମଧ୍ୟରେ ଉତ୍ତର ପ୍ରେତୃକ ସମ୍ପତ୍ତି ମଧ୍ୟ ଅନ୍ତର୍ଭୂକ୍ତ। ନାମାଙ୍କନରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଶାହାଙ୍କ ନିକଟରେ ନଗଦ ୨୦,୬୩୩ ଟଙ୍କା ଅଛି। ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୭୨,୫୭୮ ଟଙ୍କା ରହିଛି।

ସେହିପରି ଉଭୟଙ୍କ ନାମରେ ୨୭.୮୦ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଜମା ଓ ୯.୮୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ପତ୍ନୀଙ୍କ ସମ୍ପତ୍ତି ୨୦୧୩-୧୪ ମସିହାରେ ୧୪ ଲକ୍ଷ ୫୫ ହଜାର ୬୩୭ ଟଙ୍କା ଥିବା ବେଳେ ୨୦୧୭-୧୮ରେ ଏହା ୨ କୋଟଇ ୩୦ ଲକ୍ଷରେ ପହଞ୍ଚିଥିଲା। ଶାହାଙ୍କ ପତ୍ନୀଙ୍କ ସମ୍ପତ୍ତି ୫ ବର୍ଷରେ ୧୬ ଗୁଣା ବଢ଼ିଛି। ଶାହା ତାଙ୍କ ରୋଜଗାରର ଉତ୍ସ ଭାବେ ସାଂସଦ ଦରମା ଓ ସମ୍ପତ୍ତିରୁ ମିଳୁଥିବା ଭଡ଼ାକୁ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର