ଆସନ୍ତା ୧୮ ତାରିଖରୁ ୩ ଦିନିଆ ‘ଗଙ୍ଗା-ଯାତ୍ରା’ କରିବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ମାର୍ଚ ୧୦ ତାରିଖରେ ନିର୍ବାଚନ କମିସନ ନିର୍ବାଚନ ସୂଚୀ ପ୍ରକାଶ କରିବା ପରେ ମତଦାତାଙ୍କ ନିକଟତର ହେବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଜାଣିବାକୁ ମିଳିଛି ଯେ ନୂଆ କଂଗ୍ରେସ ଦଳରେ ସାଧାରଣ ସଚିବ ଭାବେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୧୮ ତାରିଖରୁ ୧୪୦ କିଲୋମିଟରର ଏକ ୩ ଦିନିଆ ‘ଗଙ୍ଗା-ଯାତ୍ରା’ ଆରମ୍ଭ କରିବେ। ଚତଗଙ୍ଗଠାରୁ ଏକ ଲଞ୍ଚ୍‌ ଯୋଗେ ଏହି ଯାତ୍ରା ଆରମ୍ଭ କରି ପ୍ରୟାଗରାଜ ପର୍ଯ୍ୟନ୍ତ ଯିବେ ପ୍ରିୟଙ୍କା। ଏପରିକି ପ୍ରିୟଙ୍କାଙ୍କ ନୌକା ଯାତ୍ରା ପାଇଁ ଦଳର ରାଜ୍ୟ ୟୁନିଟ୍‌ ନିର୍ବାଚନ କମିସନଙ୍କୁ ଅନୁମତି ମଧ୍ୟ ମାଗିଥିବା ସୂଚନା ରହିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ହେଉଛନ୍ତି ଦଳର ଦ୍ୱିତୀୟ ମୁହଁ ଯିଏ କି ଲୋକଙ୍କ ସହ କଂଗ୍ରେସର ଭବିଷ୍ୟତ ବିଷୟରେ କଥା ହେବା ଆରମ୍ଭ କରିଛନ୍ତି। ସେ ଗାଁରୁ ନେଇ ସହର ବିଭିନ୍ନ ଲୋକଙ୍କୁ ଭେଟିବା ପରେ ଶେଷରେ ବାରଣାସୀର ଆସିଘାଟଠାରେ ନିଜ ଯାତ୍ରା ସମାପ୍ତ କରିବେ।  ଏହି ୩ ଦିନିଆ ଗଙ୍ଗା-ଯାତ୍ରୀରେ ପ୍ରିୟଙ୍କା ଅନେକ ରାଜନୈତିକ ରାଲି କରିବାର ଯୋଜନା କରିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ସୂଚୀ ପ୍ରକାଶ କରିସାରିଛି। ଏଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନାହିଁ। ପ୍ରିୟଙ୍କା ଏଥର ନିର୍ବାଚନ ଲଢ଼ିବେ ନାହିଁ। ପରଦା ପଛରେ ରହି ଦଳକୁ ସମର୍ଥନ କରିବେ।

ସମ୍ବନ୍ଧିତ ଖବର