ଶିବଙ୍କୁ ବିପଦର ଈଶ୍ୱର କହନ୍ତି। କେହି କୌଣସି ପ୍ରକାର ସମସ୍ୟାରେ ପଡ଼ିଲେ ଶିବଙ୍କ ଆରାଧନା କରି ସେ ସମସ୍ୟାକୁ ଛୋଟ କରି ପାରନ୍ତି। ଆଜି ଶିବ ଓ ତାଙ୍କ ଶ୍ଳୋକର ମହାତ୍ମ୍ୟ ବୁଝାଇବା ପାଇଁ ଆମେ ଆପଣଙ୍କ ସାମ୍ନାରେ ଏକ ଛୋଟ ପୁରାଣ କଥାଟେ ଉପସ୍ଥାପନ କରିବୁ।
Sambad is now on WhatsApp
Join and get latest news updates delivered to you via WhatsApp
ରାବଣ ତ ହେଉଛନ୍ତି ଶିବଙ୍କର ପରମ ଭକ୍ତ। ସେ ପ୍ରଥମେ ନିଜ ଭକ୍ତି ବଳରେ ଶିବଙ୍କ ମନ ଜିଣିବା ପରେ ତାଙ୍କ ଭିତରେ ଧୀରେ ଧୀରେ ଅହଂକାର ବଢ଼ିବାରେ ଲାଗିଲା। ସେ ନିଜକୁ ତୈଲୋକ୍ୟର ସବୁଠାରୁ ଶକ୍ତିଶାଳୀ ମାନିବାରୁ କାହାରି ପ୍ରତି ତାଙ୍କର ଆଉ ତିଳେ ବି ମାନସମ୍ମାନ ରହିଲା ନାହିଁ।
ଥରେ ଲଙ୍କେଶ ରାବଣ ପୁଷ୍ପକ ବିମାନରେ ଉଡ଼ି ଉଡ଼ି ସ୍ୱର୍ଗ ଆଡ଼େ ଯାଉଥିଲେ। ବାଟରେ ପଡ଼ିଲା କୈଳାସ ପର୍ବତ। କୈଳାସ ପର୍ବତରେ ଶିବଙ୍କ ଦ୍ୱାରପାଳ ନନ୍ଦି ଜଗିଥାଏ। ସେହି ପର୍ବତ ଦେଇ ରାବଣ ଉଡ଼ିବାକୁ ଉଦ୍ୟମ କଲେ। ଶିବ-ପାର୍ବତୀ ଏଠାରେ ବାସ କରୁଥିବାରୁ ଏହି ପର୍ବତ ଉପରେ କେହି ଉଡ଼ନ୍ତିି ନାହିଁ ବୋଲି ନନ୍ଦି ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କଲା।
ରାବଣ ମନରେ ତ ଗର୍ବ ଆସି ସାରିଥାଏ। ସେ ଏହି କଥାକୁ ନିଜର ଅପମାନ ଭାବି ନିଜର ୨୦ ହାତ ଲଗାଇ କୈଳାସ ପର୍ବତକୁ ଥରହର କରିବାକୁ ଲାଗିଲା। ଏତିକି ବେଳେ ମାଆ ପାର୍ବତୀ ଶିବଙ୍କୁ ରାବଣକୁ ଉଚିତ ଶାସ୍ତି ଦେବା ପାଇଁ ନିବେଦନ କଲେ।
ଶିବ ରାବଣ ହାତ ଉପରେ ପର୍ବତରୁ ଖଣ୍ଡେ ପକାଇ ଦେଲେ। ରାବଣ ବହୁ ସମୟ ଧରି ଚିତ୍କାର କରିବା ପରେ ସେଠାରୁ ବାହାରିବା ପାଇଁ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ସେହି ସମୟରୁ ନେଇ ରାବଣ ଦୀର୍ଘ ବର୍ଷ ଧରି ଶିବଙ୍କୁ ଆରାଧନା କରିଥିଲେ। ଶେଷରେ ଶିବ ତାଙ୍କ ହାତକୁ ପଥର ଭିତରୁ କାଢ଼ି ତାଙ୍କୁ ମୁକ୍ତ କରିଥିଲେ।