ଗଂଜାମ: ବଡଧୋବା ସାହିରେ ପାରିବାରିକ ଗଣ୍ଡଗୋଳ, ଦେଢଶୂର ଆକ୍ରମଣରେ ଭାଇ ବୋହୁ-ଝିଆରୀ ଗୁରତର

ଭଞ୍ଜନଗର: ଗଂଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବଡଧୋବା ସାହିରେ ଗୁରୁବାର ଅପରାହ୍ନରେ ପାରିବାରିକ ଗଣ୍ଡଗୋଳ ଭୟଙ୍କର ରୂପ ନେଇଛି। ଏଠାରେ ଦେଢଶୂରଙ୍କ ଆକ୍ରମଣରେ ଭାଇ ବୋହୁ ଓ ଦୁଇ ଝିଆରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ବଡଧୋବା ସାହିର ଶାନ୍ତିଲତା ବେହେରା (୪୫) ଓ ବଡ ଝିଅ ରଶ୍ମିରାଣୀ ବେହେରା ଗୁରୁତର ହୋଇଥିବା ବେଳେ ସାନ ଝିଅ ଜସ୍ମିନ ବେହେରା ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଶାନ୍ତିଲତା ଓ ରଶ୍ମିରାଣୀଙ୍କ ମୁଣ୍ଡ ଫାଟିଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପୂର୍ଣ୍ଣ ହୋବରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଶାନ୍ତିଲତାଙ୍କ ସ୍ୱାମୀ ରମେଶ ବେହେରାଙ୍କ ବହୁ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ଶାନ୍ତିଲତାଙ୍କ ଦୁଇ ଝିଅ ରଶ୍ମିରାଣୀ, ଜସ୍ମିନ ଓ ପୁଅ ଶୁଭମ ତିନି ଜଣ ମିଶି ବଡଧୋବା ସାହିରେ ଶଶୂର ଘରେ ରହୁଥିଡଲେ। ସେହି ଘରେ ଶାନ୍ତିଲତାଙ୍କ ଶାଶୁ, ଦେଢଶାଶୁ ଓ ଦେଢଶୂର ମଧ୍ୟ ରହୁଥିଲେ। ଆଜି କୌଣସି କାରଣରୁ ପରିବାରରେ କଳହ ସୃଷ୍ଟି ହୋଇଥିଲା ଯାହା ଫଳରେ ଦେଶୂର ମାରଣାସ୍ତ୍ରରେ ଶାନ୍ତିଲତାକୁ ଆକ୍ରମଣ କରିବାକୁ ଆସୁଥିବା ବେଳେ ଜସ୍ମିନ ସେଥିରେ ଆଘାତ ହୋଇଯାଇଥିଲେ। ଏହାପରେ ଜସ୍ମିନକୁ ନିଜ ବଞ୍ଚାଇ ପଳାଇବା ବେଳେ ଦେଢଶୂର ଶାନ୍ତିଲତା ଓ ବଡ ଝିଆରୀ ରଶ୍ମିରାଣୀକୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର