ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ବଢ଼ିଆ ରହିବ। ଭୂସଂପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ। ବ୍ୟବସାୟୀଙ୍କୁ ସଉଦାରୁ ଅଚାନକ ଧନଲାଭ ହେବ। ମହିଳାମାନଙ୍କ ଲାଗି ଭଲଦିନଟିଏ। ସୁସମ୍ବାଦ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଆପଣଙ୍କ ଶାନ୍ତ ସ୍ୱଭାବର ପ୍ରଶଂସା ମିଳିବ। ଡାକ୍ତରଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।


ମିଥୁନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ବାପାମାଆଙ୍କ ଆଶୀର୍ବାଦରେ ସବୁ କାମ ସିଦ୍ଧି ହେବ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ମିଚ୍ୟୁଆଲ୍‌ ଫଣ୍ଡ୍‌ରେ ନିବେଶ କରନ୍ତୁ; ଫାଇଦା ହେବ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ସିଂହ: କାମ ବୋଝରୁ ଆପଣ ଟିକେ ଅଶାନ୍ତିରେ ରହିବେ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ବିବାହିତ କୌଣସି ମନୋରମ ସ୍ଥାନକୁ ବୁଲି ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

କନ୍ୟା: ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ହେବ। ବିଜ୍ଞାନ ଛାତ୍ରୀଙ୍କୁ ଅଧ୍ୟାପନା ଲାଗି ସୁଯୋଗ ମିଳିବ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ତୁଳା: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ବିଛା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ପରିଶ୍ରମର ପୂରା ଲାଭ ମିଳିବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଅଫିସରୁ ଘରକୁ ଫେରିବା ସମୟରେ ମିତ୍ରଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ବଡ଼ କାରବାରର ସଉଦା ହାତକୁ ଆସିପାରେ। ଅଫିସରେ କାମର ଚାପ କମ୍‌ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।


କୁମ୍ଭ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ବିବାହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ଭରା ରହିବ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ପରିବାରରେ ଅଶାନ୍ତି ଦୂର ହେବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ହନୁମାନ।

ସମ୍ବନ୍ଧିତ ଖବର