ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଜଣ ସ୍ବତନ୍ତ୍ର ଭୋଟର

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ୨୦ଟି ରାଜ୍ୟରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଏବେ ଚାଲିଛି । ଲୋକସଭା ନିର୍ବାଚନ ସହିତ ୫ଟି ରାଜ୍ୟ ଓଡ଼ିଶା, ସିକ୍କିମ, ଅରୁଣାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଚାଲିଛି ।

ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । କିନ୍ତୁ ଆଜି ଏପରି କିଛି ଭୋଟର ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିଛନ୍ତିି ଯିଏକି ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ଏପରି ଜଣେ ସ୍ବତନ୍ତ୍ର ଭୋଟର ହେଉଛନ୍ତି ନୋଇଡାରେ ରହୁଥିବା ଭ.ସନ୍ଥନମ  । ତାଙ୍କ ବୟସ ହେଉଛି ୧୦୦ ବଷ । ସେ ପ୍ରଥମ ଥର ପାଇଁ ବ୍ରିଟିଶ ଶାସିତ ଭାରତରେ ୧୯୪୬ରେ  ମୁମ୍ବାଇରେ ଭୋଟ ଦେଇଥିଲେ । ୧୯୫୨ ମସିହା ପରଠାରୁ ପ୍ରତି ଲୋକସଭା  ନିର୍ବାଚନରେ ସେ ଭୋଟ ଦେଇ ଆସିଛନ୍ତି । ଆଜି ସେ ନୋଇଡାରେ ଭୋଟ ଦେଇଛନ୍ତି ।

ଆଉ ଜଣେ ହେଉଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା ଜ୍ୟୋତି ଆମଗେ । ସେ ମହାରାଷ୍ଟ୍ରର ନାଗପୁର ଲୋକସଭା ଆସନ ଅଧିନସ୍ଥ ଏକ ବୁଥରେ ଭୋଟ ଦେଇଛନ୍ତି । ଏହି ଆସନରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିିତିନ ଗଡ଼କରୀ ଓ କଂଗ୍ରେସର ନାନା ପାଟୋଲେଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେଉଛି । ୧୯୯୩ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଜ୍ୟୋତି ହେଉଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା । ତାଙ୍କର ଉଚ୍ଚତା ମାତ୍ର ୨ ଫୁଟ ୧ ଇଞ୍ଚ ।

 

ସମ୍ବନ୍ଧିତ ଖବର