ଏହି ପାଞ୍ଚଟି ମସଲାକୁ ଖାଦ୍ୟରେ ସାମିଲ କରନ୍ତୁ, ଚୁଟକିରେ ଦୂର ହେବ ଆପଣଙ୍କ ମୋଟାପଣ ସମସ୍ୟା

ପ୍ରତ୍ୟେକ ଭାରତୀୟଙ୍କ ଘରେ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବା ପାଇଁ ବିଭିନ୍ନ ପ୍ରକାର ମସଲାର ବ୍ୟବହାର କରାଯାଇଥାଏ। ରୋଷେଇ ଘରେ ଥିବା ଏମିତି କିଛି ଗରମ ମସଲା ରହିଛି ଯାହାକି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ସ୍ୱାସ୍ଥ୍ୟପ୍ରଦ ମଧ୍ୟ ହୋଇଥାଏ।

ଅଦା: ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌ ଓ କପର ଆଦି ତତ୍ତ୍ୱରେ ଭରପୂର ଅଦା କାହିଁକି କେତେ ବର୍ଷ ତଳୁ ଭାରତରେ ରହିଛି। ଏହାକୁ ସୁସ୍ଥ ଓ ସ୍ୱାଦଯୁକ୍ତ ମସଲା ଭାବେ ପ୍ରସ୍ତୁତ କରାଯାଇଥାଏ। ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଅଦାକୁ ନିୟମିତ ଭାବେ ସେବନ କରନ୍ତୁ। ଏହା ଶରୀର ତାପମାତ୍ରାକୁ ବୃଦ୍ଧି କରି ମୋଟାବଲିଜିମ୍‌କୁ ସୁସ୍ଥ ରଖିବା ସହିତ ଓଜନକୁ ନିୟନ୍ତ୍ରଣରେ ରଖିଥାଏ।

ଡାଲଚିନି: ଡାଲଚିନି କେବଳ ଗରମ ମସଲା ଭାବେ ନୁହେଁ ଓଜନ ହ୍ରାସ କରିବା ପାଇଁ ବି ବ୍ୟବହାର କରାଯାଇ ପାରିବ। ଏହାର ନିୟମିତ ସେବନ ଦ୍ୱାରା ମେଟାବଲିଜିମ୍‌ ବୃଦ୍ଧି ପାଇଥାଏ ଓ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇଥାଏ। ମଧୁମେହ ୨ ରୋଗୀଙ୍କ ପାଇଁ ଓଜନ ହ୍ରାସ ପାଇଁ ଏହା ସବୁଠାରୁ ସହଜ ଉପାୟ।

ଗୋଲମରିଚ: ଗୋଲମରିଚରେ ଥିବା ପେପରିନ୍‌ ଶରୀରର କାର୍ଯ୍ୟ ପ୍ରଣାଳୀକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଆଣ୍ଟିବ୍ୟାକ୍ଟଟେରିଆ, ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟିଇନ୍‌ଫ୍ଲେମେଟରି ଗୁଣରେ ଭରପୂର ଗୋଲମରିଚକୁ ଗୁଣକାରୀ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏହାର ନିୟମିତ ସେବନ ଦ୍ୱାରା ପାଚନକ୍ରିୟା ସୁଦୃଢ଼ ହୋଇଥାଏ ଓ ଶରୀରର ଓଜନ ନିୟନ୍ତ୍ରଣ ରହିଥାଏ। ଏଥିପାଇଁ ଏହାକୁ ଆହାରରେ ନିହାତି ସାମିଲ କରନ୍ତୁ।

ଜିରା: ଜିରା ଏମିତି ଏକ ମସଲା ଯାହାକୁ ଡାଲି କିମ୍ବା ତରକାରୀରେ ଝୁଙ୍କ ଦେବାରେ ବ୍ୟବହାର କରାଯାଇଥାଏ। ଏହା ଶରୀରରେ ମୋଟାବଲିଜିମ୍‌ ସହିତ ତାପମାତ୍ରାକୁ ବୃଦ୍ଧି କରିଥାଏ।

ଲବଙ୍ଗ: ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର ଲବଙ୍ଗରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହାର ସେବନ ଦ୍ୱାରା ମେଟାବଲିଜିମ ସଠିକ୍‌ ଭାବେ କାମ କରିଥାଏ, ଫଳରେ ନିଜର ପାଚନ କ୍ରିୟା ସଠିକ ରହିଥାଏ। ଏତଦ୍‌ ବ୍ୟତୀତ ଏହା କଲେଷ୍ଟ୍ରଲ ଲେବଲକୁ ବି ନିୟନ୍ତ୍ରଣ କରି ଓଜନ ହ୍ରାସ କରିଥାଏ।

ସମ୍ବନ୍ଧିତ ଖବର