ଖାଣ୍ଟି ଦୁଧ ନ ପିଇ ଯଦି ନକଲି ବା ଅପମିଶ୍ରିତ କ୍ଷୀର ପିଇବା ,ତେବେ ଆମର ଦେହ ଖରାପ ହେବା ଥୟ। ଏକଥା ଡାକ୍ତର କହିଛନ୍ତି। ଅନେକ ସମୟରେ ଖବର ମିଳିଛି କି ଦୁଧରେ ଡିଟରଜେଣ୍ଟ,ସୋଡା ,ୟୁରିଆ ଭଳି ସାମଗ୍ରୀ ମିଶାଯାଇ ବିକ୍ରି କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ଖାଦ୍ୟ ସୁରକ୍ଷା ଏବଂ ମାନବ ସମ୍ବଳ ପ୍ରାଧିକରଣ (ଏଫ୍ଏସ ଏସ୍ ଏ ଆଇ)ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାଯାଇଛି ଯେ,ଭାରତରେ ବିକ୍ରି ହେଉଥିବା ପ୍ରାୟ ୧୦ ପ୍ରତିଶତ ଦୁଧ ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହି ୧୦ ପ୍ରତିଶତ ଦୁଧରେ ୪୦ ପ୍ରତିଶତ ହେଉଛି ପ୍ୟାକେଟ୍ ମିଲ୍କ। ଆମେ ଆଜିକାଲି ଏଭଳି ପ୍ୟାକେଟ୍ କ୍ଷୀର ଉପରେ ଅଧିକ ନିର୍ଭରଶୀଳ ହୋଇଯାଇଛେ।ଏହା ଦୂଷିତ ଦୁଧ ହୋଇଥିବା ହେତୁ ଶାରୀରିକ ସମସ୍ୟା ଉପୁଜିଥାଏ ବୋଲି କୁହାଯାଉଛି।
ଚିକିତ୍ସକମାନଙ୍କ ମତ ଅନୁଯାୟୀ ଦୂଷିତ ଦୁଧ ବା ଅପମିଶ୍ରିତ ଦୁଧର ଉପଯୋଗ କରନ୍ତି,ତେବେ କୋଷ୍ଠକାଠିନ୍ୟତା ଦେଖା ଦେଇଥାଏ।ଠିକ୍ ସେହିପରି ଦୁଧରେ ବ୍ୟାକ୍ଟେରିଆ ନ ଥାଇ ଯଦି ପ୍ରଦୂଷିତ ପଦାର୍ଥ ଥାଏ,ତେବେ ଫୁଡ୍ ପଏଜନିଂ,ପେଟ ଯନ୍ତ୍ରଣା,ଡାଇରିୟା,ଟାଇଫଏଡ୍ ବାନ୍ତି,ତରଳ ଝାଡା,ଆଦିର ଆଶଙ୍କା ମଧ୍ୟ ଥାଏ। ନିକଟରେ କରାଯାଇଥିବା ଗବେଷଣାରୁ ଆହୁରି ମଧ୍ୟ ଜଣାଯାଇଛି ଯେ,ଯଦି ଦୁଧରେ କୀଟନାଶକ ବା ରାସାୟନିକ ପଦାର୍ଥ ମିଶାଯାଇଥାଏ,ତେବେ ତା’ର କୁପ୍ରଭାବ ଶରୀର ଉପରେ ଦୀର୍ଘ ଦିନ ଧରି ପଡ଼ିବ। ଏଭଳି କ୍ଷେତ୍ରରେ କିଡନି ନଷ୍ଟ ହେବାର ବି ଆଶଙ୍କା ରହିଛି। ଏହା ଲିଭର ବା ଯକୃତ ପାଇଁ ବି କ୍ଷତିକାରକ।