କେଉଁ ସମୟରେ ବରଫକୁ ବ୍ୟବହାର କଲେ ଲାଭ ମିଳେ? ଆସନ୍ତୁ ଜାଣିବା…

ଆପଣ ବରଫର ବ୍ୟବହାର ନିତିଦିନଆ ଜୀବନରେ ଅନେକଥର କରୁଥିବୋ ସରବତ୍‌ ହେଉ ବା ପାଣି, ଖରା ଦିନେ ସମସ୍ତେ ବରଫର ବ୍ୟବହାର ଅଧିକ କରିଥାନ୍ତିା କିନ୍ତୁ ଆପଣ ଜାଣିଛନ୍ତି କି? ବରଫର ବ୍ୟବହାର ଅନ୍ୟ କେଉଁ କେଉଁ ଜିନିଷରେ କରାଯାଇ ପାରିବ? ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା…

୧. ପିତା ଔଷଧ ଖାଇବା ପୂର୍ବରୁ ପାଟିରେ ବରଫ ରଖି ନିଅନ୍ତୁ ଔଷଧ ପିତା ଲାଗିବ ନାହିଁ ।

The Guardian

୨. ଯଦି ଆପଣ ଅଧିକ ଖାଇ ଦେଇଛନ୍ତି ଏବଂ ତାହା ହଜମ ହେଉ ନାହିଁ, ତେବେ ବରଫ ଖାଇ ନିଅନ୍ତୁ । ଖାଦ୍ୟ ଶୀଘ୍ର ହଜମ ହୋଇଯିବ ।
୩. ପ୍ଲାଷ୍ଟିକରେ ବରଫ ଭର୍ତ୍ତି କରି ମୁଣ୍ଡରେ ରଖିଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।

୪. ନାକରୁ ରକ୍ତ ବାହାରିଲେ ବରଫକୁ ଏକ କପଡ଼ାରେଗୁଡ଼ାଇ ନାକର ଚାରି ପାଖରେ ରଖନ୍ତୁ । କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ ।

୫. ବାନ୍ତି ଲାଗୁଥିଲେ ବରଫକୁ ପାଟିରେ ରଖି ଟିକେ ଟିକେ କରି ଚୁଚୁମନ୍ତୁ । ବାନ୍ତି ଲାଗିବା ବନ୍ଦ ହୋଇଯିବ ।
୬. ଆଇବ୍ରୋ ସେପ୍‌ କରିବା ସମୟରେ ଯଦି ଅଧିକ କଷ୍ଟ ହେଉଛି ତେବେ ବରଫକୁ ସେହି ଭାଗରେ ଘସିବା ପରେ ସେପ୍‌ କରନ୍ତୁ କଷ୍ଟ ଜଣା ପଡ଼ିବ ନାହିଁ ।

PushingForHealth

୭. ଆଖି ତଳ କଳା ପଡ଼ିଥିଲେ କ୍ଷୀର ଏବଂ ଗୋଲାପ ଜଳକୁ ମିଶାଇ ଫ୍ରିଜ୍‌ରେ ରଖି ନିଅନ୍ତୁ । ବରଫ ଜମି ଗଲା ପରେ ତାକୁ ଆଣି କଳା ପଡ଼ିଥିବା ସ୍ଥାନରେ ଘସନ୍ତୁ ଲାଭ ମିଳିବ । 

୮. ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ କରୁଥିଲେ ଆଖିରେ ବରଫ ରଖନ୍ତୁ ,ଆରାମ ମିଳିବ ।

ସମ୍ବନ୍ଧିତ ଖବର