କେବଳ ଗୋଟିଏ କୌଶଳ ଅବଲମ୍ବନ କରି କୌଣସି ବୟସରେ ବି କେଶ କରିହେବ କଳା
ନିଜ ଘରେ ବସି ତିଆରି କରିପାରିବେ, ଜାଣନ୍ତୁ କେମିତି....
Sambad is now on WhatsApp
Join and get latest news updates delivered to you via WhatsApp
ବୟସ ବଢ଼ିବା ସହ କେଶ ଧଳା ହେବା ସାଧାରଣ, କିନ୍ତୁ ଆଜିକାଲି ବହୁ ଲୋକଙ୍କର କମ୍ ବୟସରୁ ମଧ୍ୟ କେଶ ଧଳା ପଡ଼ିଯାଏ। ଆମର କେଶକୁ କଳା ରଙ୍ଗ ମେଲାଲିନ୍ (Melanin) ନାମକ ପିଗ୍ମେଣ୍ଟ୍ କାରଣରୁ ହୋଇଥାଏ। ଏହି ପିଗ୍ମେଣ୍ଟ୍ କେଶର ମୂଳ ଅଂଶର କୋଶରେ ମିଳିଥାଏ। ଯେତେବେଳେ ମେଲାନିନ ତିଆରି ହେବା ବନ୍ଦ ହୋଇଯାଏ କିମ୍ବା କମ୍ ତିଆରି ହୁଏ। ଫଳରେ କେଶ ଧଳା ହେବା ଆରମ୍ଭ ହୋଇଥାଏ। ଏହି ସମସ୍ୟାକୁ କିଛି ଉପାୟରେ କଣ୍ଟ୍ରୋଲ କରାଯାଇପାରିବ। ଆୟୁର୍ବେଦ ବିଶେଷଜ୍ଞ କହିବା ଅନୁସାରେ ଯଦି ଠିକ୍ ସମୟରେ ଏହି ପଦ୍ଧତି ଅବଲମ୍ବନ କରୁଛନ୍ତି ତା’ହେଲେ ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ଓ ଧଳା କେଶକୁ ପୁଣି କଳା କରାଯାଇ ପାରିବ।