ସ୍ତନ କର୍କଟର ଆଶଙ୍କାକୁ ହ୍ରାସ କରିବାକୁ ଚାହାଁନ୍ତି ଆପଣାନ୍ତୁ ଏହିସବୁ ଉପାୟ

ଏବେ ବିଭିନ୍ନ ପ୍ରକାରର କର୍କଟ ରୋଗ ଆତଙ୍କ ଖେଳାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ସ୍ତନ କର୍କଟ ବା ବ୍ରେଷ୍ଟ୍‍ କ୍ୟାନ୍‌ସର ।ଏବେ ବିଶ୍ୱରେ ୩୫ ରୁ ଉର୍ଦ୍ଧ୍ୱ ବର୍ଷର ମହିଳା ମାନଙ୍କୁ ସହଜରେ ବ୍ରେଷ୍ଟ୍‍ କ୍ୟାନ୍‌ସର ହୋଇଯାଇଛି। କ୍ୟାନ୍‌ସର ପୀଡ଼ିତା ରୋଗୀମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗରେ ବେଶି ମହିଳାଙ୍କ ମୃତ୍ୟୁ ହେଉଥିବା ଜଣାଯାଇଛି। ଏହି ରୋଗ ବିଶେଷଜ୍ଞମାନଙ୍କ ମତ ହେଲା ତିନିଟି କାରଣରୁ ବ୍ରେଷ୍ଟ୍‍ କ୍ୟାନ୍‌ସର ବୃଦ୍ଧିପାଇଛି। ଏହା ହେଲା ବୟସ ବୃଦ୍ଧି,ଫ୍ୟାମିଲି ହିଷ୍ଟ୍ରି ଏବଂ ଶରୀରରେ ଆବଶ୍ୟକତା ଠୁଁ ଅଧିକ ସେଲ୍‌ ରହିବା। ବ୍ରେଷ୍ଟ୍‍ କ୍ୟାନ୍‌ସର ରିକ୍ସକୁ ଆପଣ ନିମ୍ନ ଉପାୟରେ କମ୍‌ କରିପାରିବେ ।

ରାଇଟ୍‌,ଲାଇଟ୍‌ ଡ଼ାଏଟ୍‌:- ଯେଉଁ ମହିଳାମାନେ ଲୋଫ୍ୟାଟ୍‌ ଡ଼ାଏଟ୍‌ ନିଅନ୍ତି। ସେମାନଙ୍କ ରକ୍ତର ଫିମେଲ୍‌ ହରମୋନ୍‌ ଇନ୍‌ଷଯ୍ରାଜନ୍‌ ସ୍ତର କମ୍‌ ହୋଇଥାଏ। ଏହାଫଳରେ ସେମାନଙ୍କ ରକ୍ତରେ ରକ୍ତର ଫିମେଲ୍‌ ହରମୋନ୍‌ ଇନ୍‌ଟ୍ରୋଜିନ୍‌ ସ୍ତର କମ୍‌ ହୋଇଥାଏ।ଏହଫଳରେ ସେମାନଙ୍କ ଠାରେ ବ୍ରେଷ୍ଟ୍‍ କ୍ୟାନ୍‌ସର ହେବାର ସମ୍ଭାବନା ହ୍ରାସ ପାଇଯାଏ।
ଭିଟାମିନ୍‌ ଡ଼ି:- ଯେଉଁ ଦେଶରେ ସୂର୍ଯ୍ୟକିରଣର ମାତ୍ରା କମ୍‌,ସେହି ଦେଶରେ ବ୍ରେଷ୍ଟ୍‍ କ୍ୟାନ୍‌ସରର ଆଶଙ୍କା ବେଶି। କାନାଡ଼ାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,ଯେଉଁ ମହିଳାମାନଙ୍କ ଶରୀରରେ ଲଗାତାର ଛଅ ବର୍ଷ ଯାଏଁ ଭିଟାମିନ୍‌ ଡ଼ି କମ୍‌ ଥାଏ,ସେମାନଙ୍କୁ ବ୍ରେଷ୍ଟ୍‍ କ୍ୟାନ୍‌ସର ବେଶି ହୋଇଥାଏ। ଭିଟାମିନ୍‌ ଡ଼ି ଯେମିତି ଆାପଣଙ୍କ ଶରୀରରେ ନ କମେ ,ସେଥିପ୍ରତି ସତର୍କ ରୁହନ୍ତୁ।
ପ୍ରତିଦିନ ବ୍ୟାୟାମ କରନ୍ତୁ:- ୟୁନିଭର୍ସିଟି ଅଫ୍‌ ନର୍ଥକେରୋଲୀନା ରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେଉଁ ମହିଳା ପ୍ରତି ସପ୍ତାହରେ ଅନ୍ୟୁନ ଦୁଇଘଣ୍ଟା ବ୍ୟାୟାମ କରନ୍ତି, ତାଙ୍କୁ ବ୍ରେଷ୍ଟ୍‍ କ୍ୟାନ୍‌ସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ଥାଏ। ନିୟମିତ ବ୍ୟାୟାମ କରିଲେ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ।

 

ଭଲ ଶୁଅନ୍ତୁ:- ଯଦି ଆପଣ ୨୪ ଘଣ୍ଟାରୁ ମାତ୍ର ଛଅ ଘଣ୍ଟା ଖୁବ୍‌ ଭଲ ନିଦରେ ଶୁଅନ୍ତି,ତେବେ ଆପଣଙ୍କୁ ବ୍ରେଷ୍ଟ କ୍ୟାନ୍‌ସର ହେବାର ଆଶଙ୍କା ବି କମିଯାଏ। ଯଦି ଭଲ ଭାବେ ନ ଶୁଅନ୍ତି ତେବେ ଏହି ରୋଗର ଆଶଙ୍କା ଚାଳିଶି ପ୍ରତିଶତ କମିଯାଏ।

ସମ୍ବନ୍ଧିତ ଖବର