ଜାଣନ୍ତୁ ଖାଇ ସାରିବା ପରେ କ’ଣ ଖାଇବେ ନାହିଁ ଓ କ’ଣ ପିଇବେ ନାହିଁ

ଖାଇସାରିବା ପରେ କିଛି ଖାଦ୍ୟ ଖାଇବା ପାଇଁ ଓ କିଛି ପାନୀୟ ପିିଇବା ପାଇଁ ଅଧିକାଂଶ ସମୟରେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାଦ୍ୱାରା ହଜମ ଭଲ ହୋଇଥାଏ। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ବିଲ୍‌କୁଲ୍‌ ବି ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ। ନହେଲେ ନାନା ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। କେବଳ ସେତିକି ନୁହେଁ, ଖାଇବା ପରେ କ’ଣ କରିବେ ନାହିଁ ମ୍ୟ ନିମ୍ନରେ ଆଲୋଚନା କରାଯାଇଛି।

ଚା’ ଏକ ଏପରି ପାନୀୟ ଯାହାକୁ ଖାଇବା ପରେ ସାଙ୍ଗେ ସାଙ୍ଗେ ଆଦୌ ପିଅନ୍ତୁ ନାହିଁ। ଖାଇସାରି ଚା’ ପିଉଥିବା ଲୋକଙ୍କ ଭିତରେ ରକ୍ତଚାପ, ମଧୁମେହ ଅପେକ୍ଷାକୃତ ବେଶି ଦେଖା ଦେଇଥାଏ। ହଁ, ଆପଣ ସକାଳ ଜଳଖିଆ ପରେ କିମ୍ବା ସଂଧ୍ୟା ଜଳଖିଆ ପରେ ଚା’ ପିଇପାରନ୍ତି। ଏଠାରେ ଗାଧୁଆବେଳେ ଓ ରାତି ଖାଇବା ପରେ ଚା’ ପିଇବାକୁ ବାରଣ କରାଯାଉଛି।

ଖାଲି ପେଟରେ ଫଳ ଖାଇବା ଦ୍ୱାରା ଗ୍ୟାସ୍‌ଟିକ୍‌ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି। ମାତ୍ର ତାହା ମାନେ ନୁହେଁ ଯେ ଖାଇସାରିବା ସଙ୍ଗେ ସଙ୍ଗେ ଫଳ ଖାଇବେ। ଏହା ଅସୁସ୍ଥକର। ଅତିକମରେ ଖାଇବାର ୨୦ ମିନିଟ୍‌ ପରେ ଫଳଖାଆନ୍ତୁ।

ଖାଲି ଖାଇବା ନୁହେଁ ଗାଧୋଇବା ନେଇ ମଧ୍ୟ କଟକଣା ରହିଛି। ସବୁବେଳେ ଗାଧୋଇ ସାରି ଖାଇବା ଅଭ୍ୟାସ କରନ୍ତୁ। ଦିନେ ଦୁଇଦିନର କଥା ଭିନ୍ନ, ମାତ୍ର ଆପଣ ଯଦି ସବୁଦିନ ଖାଇସାରି ଗାଧୋଇବା ଅଭ୍ୟାସ ରଖିଛନ୍ତି ତାହାଲେ ମନେ ରଖନ୍ତୁ ଏହା ଆଦୌ ସୁସ୍ଥକର ନୁହେଁ।

ଖାଇସାରି ଆଉ କିଛି ନଖାଇବା ଓ ନଗାଧୋଇବା ପରି ମଧ୍ୟ ସଙ୍ଗେ ସଙ୍ଗେ ନ ଶୋଇବା ପାଇଁ ବାରଣ କରାଯାଇଛି। ଖାଇବାର ଅତିକମ୍‌ରେ ୧୫ ମିନିଟ୍‌ ପରେ ବିଛଣାକୁ ଯାଆନ୍ତୁ। ଖାଇ ସାରୁ ସାରୁ ବିଛଣାକୁ ଯାଆନ୍ତୁ ନାହିଁ।

ଖାଇସାରିବା ପରେ କୌଣସି ପ୍ରକାର ଶାରୀରିକ ବ୍ୟାୟାମ ବି କରନ୍ତୁ ନାହିଁ। ଟାଇଟ୍‌ କରି ବେଲ୍‌ଟ ବାନ୍ଧିବା, ଖାଇବା ପରେ ଧୁମପାନ କରିବା ବି ଖରାପ ହୋଇଥାଏ।

ସମ୍ବନ୍ଧିତ ଖବର