କେବଳ ମୁଖ ନୁହେଁ ସୌନ୍ଦର୍ଯ୍ୟର ପରିଭାଷା ଶରୀରର ସମସ୍ତ ଅଙ୍ଗ; ଏମିତି ନିଅନ୍ତୁ ପାଦ ଓ ପାପୁଲିର ଯତ୍ନ!

ସୌନ୍ଦର୍ଯ୍ୟର ଅର୍ଥ କେବଳ ମୁଖର ସୁନ୍ଦରତା ନୁହେଁ ବୋଲି ଆପଣ ବୁଝିଥିବେ ନିଶ୍ଚୟ। ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ପାଦରୁ ନେଇ ମୁଣ୍ଡ କେଶ ପର୍ଯ୍ୟନ୍ତ ଥାଏ। ସମୟ ଅଭାବରୁ ହେଉ କିମ୍ବା ଖାମ୍‌ଖିଆଲିଆମି ହେତୁ ହେଉ ଅନେକ ଲୋକେ ପାଦ ପାପୁଲି ପ୍ରତି ଏତେଟା ଧ୍ୟାନ ଦେଇନଥାନ୍ତି। ମାତ୍ର ମନେ ରଖନ୍ତୁ ଅନେକ ସମୟରେ ଛୋଟ ଛୋଟ କଥା ଜଣଙ୍କ ସଂପର୍କରେ ବି ବଡ଼ ଧରଣର ଧାରଣା ସୃଷ୍ଟି କରାଇପାରେ। ତେବେ, ନିଜ ମୁଖ ସହ ପାଦ ଓ ପାପୁଲିର ବି ଟିକେ ଯତ୍ନ ନିଅନ୍ତୁ।

ସୁକୋମଳ ପାଦ ଓ ପାପୁଲି ପାଇଁ ଆପଣ ପାର୍ଲର ଯିବାକୁ ବାଧ୍ୟ ନୁହଁନ୍ତି। ଘରୋଇ ଉପାୟରେ ବି ନେଇପାରିବେ ପାଦ ଓ ପାପୁଲିର ଯତ୍ନ। ଘରୋଇ ଉପାୟରେ ପେଡିକ୍ୟୁଅର ଓ ମେନିକ୍ୟୁଅର୍‌ କରିବାକୁ ଚାହିୁଁଥିଲେ ଆପଣଙ୍କୁ ଦରକାର ପଡ଼ିବ ହାଇଡ୍ରୋଜେନ୍‌ ପେରାକ୍‌ସାଇଡ୍‌, ଗ୍ଲିସେରିନ୍‌, ଲେମ୍ବୁ, ଲୁଣ, ବଡି ସାମ୍ପୋ ଏବଂ ଗୋଲାପ ଜଳ।

ପ୍ରଥମେ କିଛି ପାଣି ନେଇ ନଖ ଉଷୁମ କରିଦିଅନ୍ତୁ। ସେଥିରେ ଗୋଟାଏ ଲେମ୍ବୁକୁ ୨ ଖଣ୍ଡ କରି ପକାଇ ଦିଅନ୍ତୁ। ଏହାବ୍ୟବତୀତ ସାମାନ୍ୟ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌, ଲୁଣ, ଆବଶ୍ୟକ ପରିମାଣର ସାମ୍ପୋ ଏବଂ ଗ୍ଲିସେରିନ୍‌ ପକାନ୍ତୁ। ସେଥିରେ କିଛି ସମୟ ପର୍ଯ୍ୟନ୍ତ ପାଦ ପାପୁଲିକୁ ବୁଡ଼େଇ ରଖନ୍ତୁ। କିଛି ସମୟ ପରେ ଧୁଆଧୋଇ ହୋଇ କଟନ୍‌ ସାହାଯ୍ୟରେ ଗୋଲାପ ଜଳ ଲଗାନ୍ତୁ।

ଆପଣ ଚାହିଁଲେ ରାତିରେ ବଡି ଲୋସନ୍‌ ବ୍ୟବହାର କରିପାରନ୍ତି। ଏପରି କଲେ ମଧ୍ୟ ତ୍ୱଚା ସହିତ ପାଦ ଓ ପାପୁଲି ନରମ ହୋଇଥାଏ। ଶୁଷ୍କ ନ ଦିଶିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ।

ସମ୍ବନ୍ଧିତ ଖବର