ଆବଶ୍ୟକ ପଡ଼ିବନି ଔଷଧ; ମାତ୍ର ଏହି ୫ ସରଳ ଉପାୟରେ ଆପଣ ରହିବେ ବେମାର ମୁକ୍ତ!

0 1,201

ସୁସ୍ଥ ଜୀବନ କାହାକୁ ବା ଦରକାର ନାହିଁ! ମାତ୍ର ଆମେ ଚାହିଁଲେ କ’ଣ ସୁସ୍ଥ ରହିବା ଆମ ହାତର କଥା? ଆଜ୍ଞା ହଁ, ବିଲ୍‌କୁଲ୍‌ ହାତର କଥା। ଆମେ ଆଳସ୍ୟାମି ହେତୁ କେତେ କଥାକୁ ଅଣଦେଖା କରିଥାଉ, ଫଳରେ ଆମକୁ ନାନା ରୋଗ ଗ୍ରାସ କରିଥାଏ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଫଳରେ ଆମେ ବେମାରରୁ ନିଜକୁ ଦୂରେଇ ଦେଇପାରିବା। ତେବେ ଚାଲନ୍ତୁ ଜାଣିବା ରୋଗମୁକ୍ତ ହେବା ପାଇଁ ଆମକୁ ମୁଖ୍ୟତଃ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଉଚିତ ଖାଦ୍ୟ ଖାଇବା ଦେହ ପାଇଁ ଭଲ ବୋଲି ଖାଲି କହିବା ପରି କଥା ନୁହେଁ। ଏହାର ଗଭୀର ପ୍ରଭାବ ରହିଛି। ଅସୁସ୍ଥକର ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହେବା ଏକ ସାଧାରଣ କଥା। ଆପଣ ଯଦି ସଂପୂର୍ଣ୍ଣ ସୁସ୍ଥ ଜୀବନ ଚାହାନ୍ତି ତେବେ ଖାଦ୍ୟ ପ୍ରତି ଦୃଷ୍ଟି ଦେବା ଆପଣଙ୍କ ପ୍ରଥମ କାମ। ଖାଦ୍ୟ ସହ ପାଣି ପିଇବା ବି ଜଡ଼ିତ, ଏକଥା ଯେପରି ଭୁଲି ନଯାଆନ୍ତି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉଚିତ ପାରିମାଣର ପାଣି ପିଇବା ନିହାତି ଦରକାର।

ଖାଲି ସୁସ୍ଥକର ଖାଦ୍ୟ ଖାଇବା ଦ୍ୱାରା ଜଣେ ସୁସ୍ଥକର ଜୀବନ ବିତାଇ ପାରିବ ନାହିଁ। ଶରୀରକୁ ଯେତିକି ପରିମାଣର ବିଶ୍ରାମ ଦରକାର ଯଦି ସେତିକି ପରିମାଣର ବିଶ୍ରାମ ମିଳୁନାହିଁ ତାହେଲେ ବି ଆପଣ ଅସୁସ୍ଥ ହୋଇପଡ଼ିବେ ଏଥିରେ ସନ୍ଦେହ ନାହିଁ। ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିଲେ ଅନେନ ରୋଗ ପାଖ ପଶେ ନାହିଁ।

ଉତ୍ତମ ଖାଦ୍ୟ ଓ ନିଦ୍ରା ବ୍ୟତୀତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟୟାମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଜକୁ ଫିଟ୍‌ ରଖିବା ପାଇଁ ଖୁବ୍‌ କମ୍‌ ସମୟ ହେଉ ପଛେ ଦୈନିକ କିଛି ନା କିଛି ବ୍ୟାୟାମ ନିଶ୍ଚୟ କରନ୍ତୁ।

ଆପଣ ଯେତେ ବି ସତର୍କ ରୁହନ୍ତୁ ପଛେ ଯଦି ନିଜକୁ ପରିଷ୍କାର ରଖି ପାରୁନାହାନ୍ତି ତେବେ ରୋଗ ଗ୍ରାସ କରିବା ସାଧାରଣ କଥା। ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ। ନଚେତ ବେମାରରେ ପଡ଼ିବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ।

ଯେତେ ପାରୁଛନ୍ତି ନିଜକୁ ଚିନ୍ତା ମୁକ୍ତ କରନ୍ତୁ। ଯେତେ ବି ସତର୍କ ରୁହନ୍ତୁ ପଛେ ଆପଣ ଯଦି ସବୁ ବେଳେ ଚିନ୍ତାରେ ବୁଡ଼ି ରହିବେ ତେବେେ ନିଶ୍ଚୟ ଅସୁସ୍ଥ ହୋଇପଡ଼ିବେ। ବେମାରଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଚିନ୍ତା ଦୂର କରନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.