ଏସିଡିଟି ହେଉ ବା ଅବସାଦଗ୍ରସ୍ତତା, ସବୁ ଅସୁବିଧାର ସମାଧାନ କରିଥାଏ ଏହି ଘରୋଇ ଉପଚାର

ଆଜିକାଲି ଲୋକମାନେ ନିଜ ସ୍ୱପ୍ନକୁ ପୂରା କରିବା ନିଶାରେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରି ଦେଉଛନ୍ତି । ଠିକ୍‌ ସମୟରେ ନ ଖାଇବା ଏବଂ ନ ଶୋଇବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି। ଯାହାକୁ ଭଲ କରିବା ପାଇଁ ଲୋକମାନେ ବଜାରରେ ମିଳୁଥିବା ଔଷଧକୁ ସେବନ କରୁଛନ୍ତି ଯେମିତି କି ଆପଣମାନେ ଜାଣିଛନ୍ତି କି ଅଧିକ ଔଷଧ ଖାଇବା ଦ୍ୱାରା ଶରୀର ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଅଧିକ ଔଷଧ ନ ଖାଇ ଘରୋଇ ଉପାୟରେ କିପରି ହେଉଥିବା ଶାରୀରିକ ସମସ୍ୟାକୁ ଠିକ୍‌ କରିବେ ଆସନ୍ତୁ ଜାଣିବା ।

୧.କିଛି ଲୋକଙ୍କୁ ଭୋକ ଲାଗି ନଥାଏ । ଥରେ ଖାଇବା ପରେ ତାଙ୍କୁ ଦିନସାରା କିଛି ଖାଇବାକୁ ଇଚ୍ଛା ହୋଇ ନଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି ସମସ୍ୟା ରହିଛିି ତେବେ କଇଁଆ ବା ତେନ୍ତଳୀ ଖାଆନ୍ତୁ । ଭୋକ ନ ଲାଗିଲେ କଇଁଆକୁ ପାଣିରେ ପକାଇ ତାହାର ପେଷ୍ଟ ତିଆରି କରନ୍ତୁ । ଏହା ପରେ କଳା ଲୁଣ ମିଶାଇ ଦିନକୁ ଦୁଇ ଥର ଖାଆନ୍ତୁ । ଏପରି କରିବା ଦ୍ୱାରା ଧିରେ ଧିରେ ଆପଣଙ୍କ ଭୋକ ବଢ଼ିବ ।

୨.ଆଜିକାଲି ଲୋକମାନେ କାମକୁ ନେଇ ଏତେ ଚିନ୍ତାଗ୍ରସ୍ତ ରହୁଛନ୍ତି ଯାହାଦ୍ୱାରା ସେମାନଙ୍କ ପାଖରେ ଅନିଦ୍ରା ସମସ୍ୟା ଦେଖା ଦେଉଛି । ଏହା ସହ ସେମାନେ ଅବସାଦଗ୍ରସ୍ତ ମଧ୍ୟ ରହିବାକୁ ଲାଗୁଛନ୍ତି । ଏଭଳି ସମସ୍ୟାର ଶିକାର ଯଦି ଆପଣ ହୋଇଛନ୍ତି ତେବେ ଗୋଲମରିଚ ଖାଇବା ଆରମ୍ଭ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଶରୀରରେ ସେରୋଟୋନିନର ସ୍ତର ବଢ଼ିବା ସହ ଆପଣଙ୍କ ଚିନ୍ତା ଦୂର ହେବ ।

Patrika

୩.ଯଦି ଆପଣଙ୍କର ଲଗାତାର ପେଟ ବିନ୍ଧା ହେଉଛି ତେବେ ଗୋଲମରିଚ ସହ ଲେମ୍ବୁ ମିଶାଇ ଖାଇବା ଆରମ୍ଭ କରନ୍ତୁ । ଏହାକୁ ଖାଇବା ପରେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।

୪.ପ୍ରତିଦିନ ଚଣା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଚଣାରେ ଫସ୍‌ଫରସ ରହିଥାଏ, ଯାହାଦ୍ୱାରା ହେମୋଗ୍ଲୋବିନ୍‌ର ମାତ୍ରା ବଢ଼ିଥାଏ ।

ସମ୍ବନ୍ଧିତ ଖବର