କାହିଁକି ବଢ଼ି ନଥାଏ କିଛି ଲୋକଙ୍କର ଓଜନ! ଜାଣନ୍ତୁ ଏହାର ପ୍ରକୃତ  କାରଣ

ଜାଣନ୍ତୁ ଆପଣଙ୍କ ଓଜନ ବୃଦ୍ଧି କରିବାର ଉପାୟ ବିଷୟରେ....

ବହୁତ ପ୍ରଚେଷ୍ଟା ସତ୍ତ୍ୱେ ବି ଆପଣଙ୍କର ଓଜନରେ ବୃଦ୍ଧି ଘଟୁନାହିଁ। ତେବେ ଏ ନେଇ ଦାୟୀ ଅଟେ ଆପଣଙ୍କର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା। ଜଣାଶୁଣା ଡାଇଟିସିଆନ୍‌ ଡ଼. ସୁନୀତା ରାୟ୍‌ ଚୌଧୁରୀ ବ୍ୟକ୍ତିିର ଓଜନ ନ ବଢ଼ିବାର ପ୍ରକୃତ କାରଣ ବିଷୟରେ ଜଣାଇଛନ୍ତି। ଏଥିସହ  ଆପଣ କିପରି ଆପଣଙ୍କର ପତଳା ଶରୀରର ଓଜନ ବୃଦ୍ଧି କରିପାରିବେ, ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ।

୧- ପେଟ ଜନିତ ସମସ୍ୟା ରହିଥିଲେ: 

ସାଧାରଣତଃ ଇରିଟେବୁଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ଭଳି ପେଟ ଜନିତ ସମସ୍ୟା ରହିଥିଲେ ବ୍ୟକ୍ତିର ଶରୀରରେ ନ୍ୟୁଟ୍ରିଏଣ୍ଟ୍‌ସ୍‌ ଠିକ୍‌ ଭାବରେ ଆବ୍‌ଜର୍ଭ ହୋଇପାରି ନଥାଏ। ଏହାଦ୍ୱାରା ବ୍ୟକ୍ତିର ଓଜନ କମ୍‌ ରହିଥାଏ।

୨- ନ୍ୟୁଟ୍ରିସନ୍‌ର ପରିମାଣ କମ୍‌ ରହିଥିଲେ: 

ତେବେ ଡାଏଟ୍‌ରେ ଭିଟାମିନ୍‌, ଆଇରନ୍‌, ମିନେରାଲ୍‌ସ ଏବଂ ଫ୍ୟାଟ୍‌ସ ଭଳି ନ୍ୟୁଟ୍ରିଏଣ୍ଟ୍‌ସର କମ୍‌ ମାତ୍ରାରେ ରହିବାକୁ ନେଇ ମଧ୍ୟ ବ୍ୟକ୍ତିର ଓଜନ ବଢ଼ିବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ।

୩- ମେଟାବୋଲିକ୍ସ:

ଆପଣ ଭରପୁର ମାତ୍ରାରେ ଖାଦ୍ୟ ଖାଉଥିଲେ ବି ଆପଣଙ୍କର ଓଜନରେ ବୃଦ୍ଧି ଘଟୁନାହିଁ। ତେବେ ଜାଣନ୍ତୁ କି ଆପଣଙ୍କର ଫାଷ୍ଟ୍‍ ମେଟାବୋଲିଜ୍ମ ହୋଇଛି। ଏହା ହେବା ଯୋଗୁଁ ବ୍ୟକ୍ତି ଯେତେ ପରିମାଣରେ ଖାଇଲେ ବି ସେ ହଜମ ହୋଇ ନଥାଏ।।

୪- ଭୁଲ୍‌ ଏକ୍ସରସାଇଜ୍‌ କରଣକୁ ନେଇ:

ଅଧିକ ମାତ୍ରାରେ କଠିନ ଏକ୍ସରସାଇଜ୍‌ କରିବାକୁ ନେଇ ବ୍ୟକ୍ତିର ଶରୀରର କ୍ୟାଲୋରି ଖୁବ୍‌ ମାତ୍ରାରେ ଖର୍ଚ୍ଚ ହୋଇଥାଏ। ଯାହାକି ବ୍ୟକ୍ତିର ଓଜନକୁ ବଢ଼ାଇ ଦିଏନାହିଁ। ତେଣୁ ଆପଣ ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ନେଇ ହିଁ ଆପଣଙ୍କର ଏକ୍ସରସାଇଜ୍‌ର ସିଡ଼୍ୟୁଲ୍‌ଟି  ପ୍ଲାନ୍‌ କରନ୍ତୁ।

୫-କମ୍‌ ମାତ୍ରାରେ ଶୋଇବା କାରଣକୁ ନେଇ: 

ଶୋଇବା ସମୟରେ କାଁର୍ଟିସୋଲ ହର୍‌ମୋନ୍‌ର ତିଆରି ହୋଇଥାଏ, ଯାହାକି ମାଂସପେଶୀ ସୃଷ୍ଟିହେବାରେ ସାହାଯ୍ୟ କରିଥାଏ। ତେଣୁ ଆପଣ ଯଦି ଏକ୍ସରସାଇଜ୍‌ କରିବା ସହିତ ଯଦି ପର୍ଯ୍ୟାପ୍ତ ପରିମାଣରେ ନ ଶୁଅନ୍ତି ତ, ତେବେ ଆପଣଙ୍କର ଓଜନରେ ବୃଦ୍ଧି ଘଟିବ ନାହିିଁ।

୬- ଷ୍ଟ୍ରେସ୍‌ କାରଣକୁ ନେଇ:

ଷ୍ଟ୍ରେସ୍‌ କାରଣକୁ ନେଇ ବ୍ୟକ୍ତିକୁ ଭୋକର ପରିମାଣ କମ୍‌ ହୋଇଥାଏ, ଯାହାକି ତାହାର ସିଡ଼୍ୟୁଲ୍‌କୁ ଗଡ଼ବଡ଼ କରିଦେଇଥାଏ। ଏହାଦ୍ୱାରା ଓଜନ ବଢ଼ିବାରେ ସମସ୍ୟା ଦେଖାଦେଇଥାଏ।

୭-କମ୍‌ ପରିମାଣରେ ଖାଇବା:

ସମସ୍ତଙ୍କୁ ସାଧାରଣତଃ ଖାଦ୍ୟର ଆବଶ୍ୟକତା ଅଲଗା-ଅଲଗା ପ୍ରକାରର ହୋଇଥାଏ। ତେଣୁ ଯଦି ବ୍ୟକ୍ତି ତାହାର ଶରୀରର ଆବଶ୍ୟକତା ଅନୁଯାୟୀ ତାହାର ଖାଦ୍ୟକୁ ଖାଇ ନଥାଏ ତ, ତେବେ ତାହାର ଓଜନ କମ୍‌ ହୋଇଥାଏ।

ତେବେ ଏବେ ଆସନ୍ତୁ ଜାଣିବା ଆପଣଙ୍କ ଓଜନ ବୃଦ୍ଧି କରିବାର ଉପାୟ ବିଷୟରେ….

୧-ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ:

ଆପଣ ଆପଣଙ୍କ ଡାଏଟ୍‌ରେ ସମସ୍ତ ପ୍ରକାରର ଏବଂ ବିଭିନ୍ନ ରଂଗର ଖାଦ୍ୟକୁ ସାମିଲ୍‌ କରାନ୍ତୁ। ଆଉ ଯଦି ଆପଣ ଭରପୁର ମାତ୍ରାରେ ହେଲ୍ଦି କର୍ବ୍ସ, ଫ୍ୟାଟ୍‌ସ ଏବଂ ପ୍ରୋଟିନ୍‌ ନେବେ ତ ଏହା ଆପଣଙ୍କ ଓଜନରେ  ବୃଦ୍ଧି ଘଟାଇବ।

୨- କ୍ୟାଲୋରି ବଢ଼ାନ୍ତୁ:

ଏଥିସହିତ ଆପଣ ଦିନଭରି କିଛି କିଛି ମାତ୍ରାରେ ପୁଷ୍ଟିଯୁକ୍ତ ଖାଦ୍ୟ ଖାଆନ୍ତୁ। ତେବେ ଆପଣ ଦିନ ଯାକ ଯେତିକି କ୍ୟାଲୋରି ଖର୍ଚ୍ଚ କରୁଛନ୍ତି,ଏହାଠୁଁ ଅଧିକ କ୍ୟାଲୋରି ଆପଣଙ୍କ ଖାଦ୍ୟରେ ସାମିଲ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଓଜନରେ ବୃଦ୍ଧି ଘଟିବ।

୩- ମସଲ୍ସ ବନାନ୍ତୁ:

ଓଜନ ଉଠାଉଥିବା ଏକ୍ସରସାଇଜ୍‌ କରିବା ଦ୍ୱାରା ମସଲ୍ସ ବନାଇବାରେ ସାହଯ୍ୟ ମିଳିଥାଏ, ତେଣୁ ଆପଣ ଏକ୍ସପର୍ଟଙ୍କ ସହାୟତାରେ ଆପଣଙ୍କର ଏକ୍ସରସାଇଜ୍‌ର ସିଡ଼୍ୟୁଲ୍‌କୁ ପ୍ଲାନ୍‌ କରନ୍ତୁ।

୪- ସଠିକ୍‌ ରୁଟିନ୍‌ କରନ୍ତୁ:

ଆପଣ ଖାଦ୍ୟପେୟ, ଶୋଇବା ଏବଂ ଏକ୍ସରସାଇଜ୍‌ କରିବାର ସଠିକ୍‌ ରୁଟିନ୍‌ ବନାନ୍ତୁ ଏବଂ ତାହାକୁ ପ୍ରତ୍ୟେକ ଦିନ ଅନୁସରଣ ମଧ୍ୟ  କରନ୍ତୁ। ଏହାଦ୍ୱାରା ବ୍ୟକ୍ତି ସୁସ୍ଥ ରହିବା ସାଂଗକୁ ତାହାର ଓଜନରେ ମଧ୍ୟ ବୃଦ୍ଧି ଘଟିଥାଏ।

୫- ଦୁଗ୍ଧ ଏବଂ ମହୁର ସହାୟତା ନିଅନ୍ତୁ: 

ଏତଦ୍‌ବ୍ୟତୀତ ଆପଣ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଦୁଗ୍ଧରେ ୨ ଚାମଚ ମହୁକୁ ମିଶ୍ରଣ କରି ପ୍ରତ୍ୟେକ ଦିନ ପିଅନ୍ତୁ। ଏହାଦ୍ୱାରା ଡ଼ାଇଜେସନ୍‌ ସଠିକ୍‌ ହୁଏ ଏବଂ ଓଜନରେ ମଧ୍ୟ ବୃଦ୍ଧି ଘଟିଥାଏ।

୬- ଘିଅ ଖାଆନ୍ତୁ:

ଏଥିସହିତ ଆପଣ ପ୍ରତ୍ୟେକ ଦିନ ଅଧା ଚାମଚ ଘିଅ ସହିତ ଚିନିକୁ ମିଶାଇ ଖାଆନ୍ତୁ। ଏହାଦ୍ୱାରା ବ୍ୟକ୍ତିକୁ ଭରପୁର୍‌ ସେଚୁରେଟେଡ଼୍‍ ଫ୍ୟାଟ୍‌ସ, କ୍ୟାଲୋରି ମିଳିବା ସହିତ ତାହାର  ଓଜନରେ  ମଧ୍ୟ ବୃଦ୍ଧି ଘଟିଥାଏ।

୭-ଦହି ଓ ଚିନି ଖାଆନ୍ତୁ: 

ଏହାସହିତ ଆପଣ ଖାଇବା ସହ ଗୋଟିଏ ପାତ୍ରରେ ଦହି ଓ ଚିନିକୁ ମିଶାଇକି ଖାଆନ୍ତୁ। ଏହା ଦ୍ୱାରା ବ୍ୟକ୍ତିକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲୋରି ମିଳିଥାଏ ଏବଂ ଶରୀରର ଓଜନ ମଧ୍ୟ ବୃଦ୍ଧି କରେ।

୮- ପିନର୍‌ ବଟର୍‌ ଖାଆନ୍ତୁ: 

ତେବେ  ସକାଳର ଜଳଖିଆରେ ବ୍ରେଡ଼୍‍ ସହିତ ପନିର୍‌ ବଟର୍‌କୁ ମଧ୍ୟ ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ଭରପୁର୍‌ ମାତ୍ରାରେ ଶକ୍ତି ମିଳିବା ସହିତ ଓଜନରେ ମଧ୍ୟ ବୃଦ୍ଧି ଘଟିଥାଏ।

୯- ଆଳୁ ଖାଆନ୍ତୁ: 

ଆଳୁରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍‌ ଏବଂ କଂପ୍ଲେକ୍ସ ସୁଗାର ରହିଥାଏ। ଆଉ ଯଦି ଆପଣ ଏହାକୁ ଆପଣଙ୍କ ପ୍ରତ୍ୟେକ ଦିନର ଡ଼ାଏଟ୍‌ରେ ନେବେ ତ ଏହା ଆପଣଙ୍କ ଓଜନରେ ବୃଦ୍ଧି କରିଥାଏ।

 

ସମ୍ବନ୍ଧିତ ଖବର