ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଆପଣଙ୍କ କାମରେ ସନ୍ତାନଙ୍କ ସହଯୋଗ ମିଳିବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। କାରବାରରେ ଫାଇଦା ହୋଇପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ବୃଷ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। କିଛି କଠିନ ପରିସ୍ଥିତି ସାମନାକୁ ଆସିପାରେ। ଆପଣଙ୍କର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। ମିତ୍ରଙ୍କ ସହଯୋଗ ପ୍ରାପ୍ତ କରିବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।


ମିଥୁନ: ସମୟ ଅନୁକୂଳ। ଯାହା ବି କାମ କରିବେ ତହିଁରେ ସଫଳ ହେବେ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପାରିବାରିକ ଜୀବନରେ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ବେପାର ଉଦ୍ୟୋଗରେ ଠିକ ସମୟ‌େର ସଠିକ ନିର୍ଣ୍ଣୟ ନେବେ। ବନ୍ଧୁଙ୍କ ଗହଣରେ ଆପଣଙ୍କର ସମ୍ମାନ ବଢ଼ିପାରେ। ଠିକାଦାରୀ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ଆପଣ ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଅର୍ଥଲାଭ ପାଇଁ ଶୁଭ ଦିନଟିଏ। ବେପାର ବୃତ୍ତିରୁ ପୂରା ଲାଭ ମିଳିବ। ପୁରୁଣା ବିବାଦରୁ ଆପଣଙ୍କୁ ଆରାମ ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ଲାଗି ପ୍ରତିଷ୍ଠା ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରାତାରିଣୀ।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭାଗ୍ୟ ଆପଣଙ୍କ ସହିତ ପାଦ ମିଶାଇ ଚାଲିବ। ସରକାରୀ ଚାକିରି ଥିବା ବ୍ୟକ୍ତି ବିଶେଷ କୌଣସି କାମରେ ପ୍ରୋତ୍ସାହନ ପାଇପାରନ୍ତି। ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।

ଧନୁ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ଲୁହା ବେପାରୀଙ୍କ କାମ ଭଲ ରହିବ। ରାଜନୀତିରେ ସଫଳତା ପାଇବେ। ଅଫିସ ଯିବା ବାଟରେ ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ଛାତ୍ରଙ୍କ ଲାଗି ଦିନଟି ଶୁଭ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

ମକର: ଆଜି ଆପଣ ପୁରୁଣା କଥାକୁ ନେଇ ସ˚ଶୟରେ ରହିବେ। ତର୍କବିତର୍କ ଓ ସମସ୍ୟା ଠାରୁ ଦୂରେଇ ରହନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପାରିବାରିକ ଜୀବନ ସୁଖମୟ ହେବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ମନରେ ପ୍ରସନ୍ନତା ବଜାୟ ରହିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଅଫିସରେ ଅଧିକାରୀବର୍ଗଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ମୀନ: ଭାଗ୍ୟର ଦ୍ବାର ଖୋଲିପାରେ। ଆଜି ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ପୁଞ୍ଜି ବଜାରରେ ଅର୍ଥନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର