ଏହି ସବୁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀ ତୁଷ୍ଟ ହୋଇଥାନ୍ତି, ଜାଣନ୍ତୁ କ’ଣ ସେ ସବୁ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ସଂପର୍କରେ ପୂର୍ବରୁ ଆମେ ଗୁଡ଼ାଏ କଥା ଆଲୋଚନା କରି ସାରିଛନ୍ତି। କେଉଁ ଲୋକଙ୍କଠାରୁ ଦୂରେଇ ରହିବା, କେଉଁ ଲୋକଙ୍କ ସହ ବନ୍ଧୁତା କରିବା, କେଉଁ କେଉଁ କଥା ଅନ୍ୟକୁ କହିବା ନାହିଁ ଇତ୍ୟାଦି। ମାତ୍ର ଆଜି ଯେଉଁ ବିଷୟରେ ଆମେ କଥା ହେବା ତାହା ପ୍ରତ୍ୟେକ ଲୋକ ପାଇର୍ ଜରୁରୀ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ କେଉଁ ସବୁ କାର୍ଯ୍ୟ କଲେ ମାଆଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଧନଧାନ୍ୟରେ ଘର ଭରି ଦେଇଥାନ୍ତି।

ଯେଉଁ ପରିବାର ମଧ୍ୟରେ ପରସ୍ପର ପ୍ରତି ସ୍ନେହ-ଶ୍ରଦ୍ଧା ଭରପୁର ରହିଛି ସେ ପରିବାର ଭିତରକୁ ବିପଦ ବି ଆସିବାକୁ ଡରେ। ଘର ଲୋକଙ୍କ ମଧ୍ୟ ନିବିଡ଼ତା ଥିବାର ଦେଖିଲେ ମାଆଲକ୍ଷ୍ମୀ ବି ଖୁସି ହୁଅନ୍ତି। େସେପରି ଏକ ପରିବାରକୁ ଲକ୍ଷ୍ମୀଙ୍କ ପାଦ ଆପଣାଛାଏ ବଢ଼ିଥାଏ।

ଆମେ ପୂର୍ବରୁ ବି ଏକଥା ଜାଣିଛନ୍ତି ଯେ ‘ଅତିଥି ଦେବ ଭବଃ’। ଏହି କଥାକୁ ଯେଉଁ ପରିବାରରେ ସମ୍ମାନ ଦିଆଯାଏ ସେ ପରିବାର ମାଆ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି। ଅତିଥିମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ପରିବାରଟିଏ ଲକ୍ଷ୍ମୀଙ୍କର ବାସସ୍ଥାନ ପାଲଟିଯାଏ।

ଯେଉଁ ପରିବାର ପିଲା ବଡ଼ମାଡ଼ଙ୍କୁ ସମ୍ମାନ ଦେଇ ଶିଖିଥାନ୍ତି ସେ ପରିବାର ସଂସ୍କାର ଦୂର ଦୂର ପର୍ଯ୍ୟନ୍ତ ଦିଶେ। ସେପରି ଏକ ପରିବାର ବି ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ।

ନାରୀଙ୍କୁ ସମ୍ମାନ ଦେବା ସ୍ଲୋଗାନଟି ପ୍ରାଚୀନ କାଳରୁ ଆଜିଯାଏ ଶୁଣାଯାଏ। ଯେଉଁ ପରିବାରରେ ନାରୀକୁ ମର୍ଯ୍ୟାଦା ମିଳେ ସେ ପରିବାରରେ ଲକ୍ଷ୍ମୀ ନିଜ କୃପା ଦୃଷ୍ଟି ସର୍ବଦା ବଜାୟ ରଖନ୍ତି।

ସମ୍ବନ୍ଧିତ ଖବର