ସାବଧାନ! ହରମନ ଅସନ୍ତୁଳନ ହେତୁ ହୋଇଥାଏ ଏହି ସବୁ ରୋଗ

ଆଜିକାଲି ବିଭିନ୍ନ ପ୍ରକାର ସମସ୍ୟା ସବୁ ଦେଖାଦେଉଛି। ମୁହଁରେ ବ୍ରଣ ହେବାଠୁ ନେଇ କେଶ ଝଡ଼ିବା, ଆଖି ତଳ କଳା ପଡ଼ିବା, ଦେହରୁ ଅତ୍ୟଧିକ ଝାଳ ବୋହିବା ଆଦି ସବୁ ସାଧାରଣ ସମସ୍ୟା ପାଲଟିଗଲାଣି। ଏହା ସବୁ ହର୍‌ମନ ଅସନ୍ତୁଳନ ହେତୁ ହୋଇଥାଏ। ଏ ସଂପର୍କରେ ଡାକ୍ତରଙ୍କ କହିବା କଥା ହେଲା ଜଣେ ମଣିଷ ସୁସ୍ଥ ଅଛି କି ଅସୁସ୍ଥ ତାହା ସେ ମଣିଷର ଶରୀର ହିଁ ସୂଚାଇ ଥାଏ। ଆସନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା।

କେଶ ଝଡ଼ିବା ସମସ୍ୟା ବି ହରମନ ଅସନ୍ତୁଳନରୁ ହୋଇଥାଏ। ଦୈନିକ ଅତି ବେଶିରେ ୧୦୦ଟି ପର୍ଯ୍ୟନ୍ତ କେଶ ଝଡ଼ିବା ସାଧାରଣ କଥା ହୋଇଥାଏ। ମାତ୍ର ତଦୃର୍ଧ୍ୱ କେଶ ଝଡ଼ିଲେ ଆପଣ ଅସୁସ୍ଥ ବୋଲି ଧରି ନେବା ଉଚିତ।

ସାଧାରଣତଃ ଚେହେରାର ଅନ୍ୟ ଅଙ୍ଗ ଅପେକ୍ଷା ଆଖି ତଳ ଟିକେ କଳା ଦିଶିଥାଏ ମାତ୍ର ମାତ୍ରାଧିକ କଳା ଦିଶିଲେ ହରମନ ଅସନ୍ତୁଳନ ରହିଛି ବୋଲି ଧରି ନେବା ଉଚିତ।

ସେପରି ଖରା ଗରମରେ ଝାଳ ବୋହିବା ବି ଏକ ସାଧାରଣ କଥା। ମାତ୍ର ଜଣେ ଜଣେ ବ୍ୟକ୍ତିଙ୍କର ଏସିରେ ବସିଲା ପରେ ବି ଏବଂ ଶୀତ ଦିନେ ବି ଝାଳ ବୋହିଥାଏ। ତାହା ଅସାଧାରଣ।

ହଠାତ୍‌ ଛାତିର ଆକୃତିରେ ପରିବର୍ତ୍ତନ ଆସିବା ବି ଏକ ପ୍ରକାର ଅସୁସ୍ଥତା। ବୟସ କ୍ରମେ ବା ମୋଟାପଣରୁ ବି ଛାତିର ଆକୃତିର ପରିବର୍ତ୍ତନ ଆସିଥାଏ। ତାହା କିଛି ବଡ଼ କଥା ନୁହେଁ।

କେବେ କେମିତି ପେଟ ଗରମ ବା ଜଳବାୟୁ ପ୍ରଭାବରୁ ମୁହଁରେ ବ୍ରଣ ହୋଇଥାଏ। ମାତ୍ର ଯଦି ଆପଣଙ୍କ ମୁହଁରେ ମାତ୍ରାଧିକ ବ୍ରଣ ହେଉଛି ତେବେ ଏହା ହରମନ ଅସନ୍ତୁଳନ ଥିବାର ସଙ୍କେତ।

ସମ୍ବନ୍ଧିତ ଖବର