ଖାଲି ଡ୍ରାଇଭିଂ ନୁହେଁ, ଚାଲୁଥିବା ବେଳେ ବି ଆବଶ୍ୟକ ସତର୍କତା; ଜାଣନ୍ତୁ ସଡ଼କରେ ଯିବା ସମୟରେ କେଉଁ ଦିଗକୁ ଧ୍ୟାନ ଦେବେ

ଯେତେ ସବୁ ଟ୍ରାଫିକ୍‌ ନିୟମ ରହିଛି ପ୍ରାୟତଃ ଅଧିକାଂଶ ଗାଡ଼ି ଚାଳକଙ୍କ ପାଇଁ। ମାତ୍ର ମନେ ରଖନ୍ତୁ କେବଳ ଚାଳକମାନେ ଯେ ବିପଦର ସାମ୍ନା କରିବେ ତାହା ନୁହେଁ, ପାଦଚଲା ଲୋକ ବି ହୁଅନ୍ତି ଦୁର୍ଘଟଣାର ଶିକାର। ଯଦିଓ ଆପଣ ଗାଡ଼ି ନେଇ ବାହାରକୁ ଯାଉନାହାନ୍ତି ତାହାର ଅର୍ଥ ନୁହେଁ ଯେ ଆପଣ ସୁରକ୍ଷିତ। କେଉଁ ମୁହୂର୍ତ୍ତରେ ବି ହୋଇପାରନ୍ତି ସଡ଼କ ଦୁର୍ଘଟଣାର ଶିକାର। ଜାଣନ୍ତୁ ସଡ଼କରେ ଚାଲୁଥିବା ସମୟରେ କେଉଁ ସବୁ ସତର୍କତା ଅବଲମ୍ବନ କରିବେ।

ଏକଥା ତ ପ୍ରାୟ ସମସ୍ତେ ଜାଣନ୍ତି ଯେ ଭୁଲ୍‌ ଦିଗରେ ଯିବା ଏକ ବଡ଼ ବିପଦକୁ ଡାକି ଆଣିବା ସହ ସମାନ। ନିଜର ଡାହାଣ ପାର୍ଶ୍ୱରେ କେବେ ବି ଯାଆନ୍ତୁ ନାହିଁ।

ଆଜିକାଲି ଅଧିକାଂଶ ପିଲା ରାସ୍ତାରେ ଚାଲୁଥିବା ବେଳେ ଇୟର୍‌ଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ଯିବା ସଉକ ରଖୁଛନ୍ତି। ଆପଣ ଯଦି ଏପରି କରନ୍ତି ତେବେ ହୁଏତ ପଛରେ ଆସୁଥିବା ଗାଡ଼ିର ହର୍ଣ୍ଣ ଶୁଣିନପାରି ଦୁର୍ଘଟଣାକୁ ସାମ୍ନା କରିପାରନ୍ତି।

ରାସ୍ତାରେ ଯିବା ସମୟରେ ଫୋନ୍‌ରେ ଆଦୌ ଗପନ୍ତୁ ନାହିଁ। ଏହି ଅଭ୍ୟାସ ଆପଣଙ୍କ ଜୀବନ ନେଇପାରେ। ବିଶେଷ କରି ସଡ଼କ ପାର୍‌ ହେଉଥିବା ବେଳେ ଅଧିକ ସତର୍କ ରୁହନ୍ତୁ।

ସଡ଼କ ପାର୍‌ ହେଉଥିବା ବେଳେ ଦୁଇ ପକ୍ଷକୁ ଧ୍ୟାନ ଦିଅନ୍ତୁ। ବେଳେ ବେଳେ କେହି ନିୟମଭଙ୍ଗକାରୀ ଗାଡ଼ି ଚାଳକ ଓ୍ଵାନ୍‌ଓଏ ରାସ୍ତାରେ ବି ବିପରୀତ ଦିଗରୁ ଗାଡ଼ି ପୂରାଇ ଥାଆନ୍ତି ଯାହା ଆପଣଙ୍କ ପାଇଁ ବପଦ ସାବ୍ୟସ୍ତ ହୋଇପାରେ।

ଯଦି ଆପଣ ଏକା ନ ଯାଇ ଦଳ ହୋଇ ଯାଉଛନ୍ତି ତେବେ ବିପଦ ତ ନିଶ୍ଚୟ ରହିଛି। କାହିଁକି ନା, ଅଧିକାଂଶ ସମୟରେ ଦଳରେ ଗପୁ ଗପୁ ଆମେ ଅନ୍ୟମନସ୍କ ହୋଇପଡ଼ନ୍ତି ଓ ତାହା ବିପଦର କାରଣ ହୋଇଥାଏ। ସେ ମସୟରେ ସତର୍କ ରୁହନ୍ତୁ।

ସମ୍ବନ୍ଧିତ ଖବର