ଖାଦ୍ୟରେ ଲୁଣ ଛିଞ୍ଚି ଖାଇବା ବି କ୍ଷତିକାରକ, ହୋଇପାରନ୍ତି ଏସବୁ ରୋଗର ଶିକାର!

ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି,ଯେଉଁମାନେ ଖାଇବା ପରେ ଖାଦ୍ୟ ଉପରେ ଲୁଣ ଛିଞ୍ଚଥାନ୍ତି। ବିଶେଷ କରି ଭାତ ଉପରେ ଅନେକ ଲୋକ ଖାଦ୍ୟ ଉପରେ ଲୁଣ ଛିଞ୍ଚଥାନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଅଭ୍ୟସ୍ତ,ସେମାନଙ୍କ ପାଇଁ ଖରାପ ଖବର। ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ହେବା ଆବଶ୍ୟକ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ।


ଖାଦ୍ୟରେ ଲୁଣର ମାତ୍ରା କମ୍‌ ହେଲେ ବା ଅଧିକ ହେଲେ, ତାହା ଶରୀର ପାଇଁ କ୍ଷତିକାରକ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୂଚନା ଅନୁଯାୟୀ ଅଧିକ ମାତ୍ରାରେ ଲୁଣ ଖାଇବା ଫଳରେ ରକ୍ତଚାପ,ମୋଟାପା ଓ ଆଜ୍‌ମା ଆଦି ରୋଗ ହେବାର ଆଶଙ୍କା ଥାଏ। ଅନ୍ୟପକ୍ଷରେ କଞ୍ଚା ଲୁଣ ଖାଇଲେ ହୃଦ୍‌ରୋଗ,କିଡନି ରୋଗ ଆଦି ହେବାର ଆଶଙ୍କା ବଢିଯାଇଥାଏ। ରନ୍ଧା ଖାଦ୍ୟରେ କଞ୍ଚା ଲୁଣ ଛିଞ୍ଚି ଖାଇ ଏସବୁ ରୋଗ ହେବାର ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ, କାରଣ ଏହି ଲୁଣ ସହଜରେ ହଜମ ହୋଇନଥାଏ।

ସମ୍ବନ୍ଧିତ ଖବର