ବୁଦ୍ଧିମାନ ଲୋକେ ବିଳମ୍ବରେ ନିଦ୍ରା ଯାଆନ୍ତି, ଅଶାଳୀନ ଭାଷାର ବ୍ୟବହାର କରି ଥାଆନ୍ତି: ଗବେଷଣା

ଆପଣ ବିଳମ୍ବରେ ନିଦ୍ରା ଯାଆନ୍ତି କି? ଆପଣ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅଶାଳୀନ ଶବ୍ଦର ବ୍ୟବହାର କରନ୍ତି କି? ଏହାକୁ ନେଇ ଏକ ନୂଆ ଗବେଷଣା କରାଯାଇଛି। ଏହି ଗବେଷଣା ରିପୋର୍ଟରେ ଦାବି କରାଯାଇଛି କି, ଏଭଳି ଲୋକ ସଚ୍ଚୋଟ ଓ ବୁଦ୍ଧିମାନ ହୋଇ ଥାଆନ୍ତି। ଏହି ଗବେଷଣାରେ ଏହା ବି କୁହାଯାଇଛି ଯେ, ଏଭଳି ସ୍ୱଭାବର ଲୋକମାନେ ଅଧିକ ସୁସ୍ଥିଆ ଜୀବନଶୈଳୀ ବଞ୍ଚିବାକୁ ପସନ୍ଦ କରି ଥାଆନ୍ତି। ସବୁବେଳେ ନିଜର କଥା, ବିଚାର ଓ ଭାବନାକୁ ବ୍ୟକ୍ତ କରିବା ପାଇଁ ଏଭଳି ଭାଷାର ପ୍ରୟୋଗ କରି ଥାଆନ୍ତି ଯାହାକି ଶିଷ୍ଟତା ତାଲିକାରେ ଯାଏ ନାହିଁ।

ଏହି ଗବେଷଣା ମୁତାବକ, ଯେଉଁମାନଙ୍କ ବୌଦ୍ଧିକ ସ୍ତର ଅଧିକ ହୋଇଥାଏ, ସେମାନେ ରାତିରେ ଅଧିକ ସକ୍ରିୟ ହୋଇ ଥାଆନ୍ତି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହି ଥାଆନ୍ତି। ଯେଉଁ ଲୋକମାନଙ୍କ ଆଇକ୍ୟୁ ୭୫ରୁ କମ୍‌ ହୋଇଥାଏ ସେମାନେ ୧୧ଟା ବାଜି ୪୧ ମିନିଟ୍‌ ପର୍ଯ୍ୟନ୍ତ ଚେଇଁ ରହି ଥାଆନ୍ତି । ସେହିପରି ଯେଉଁ ଲୋକମାନଙ୍କ ଆଇକ୍ୟୁ ୧୨୩ରୁ ଅଧିକ ସେମାନେ ମଧ୍ୟରାତ୍ରି ଅର୍ଥାତ୍‌ ୧୨.୩୦ ପର୍ଯ୍ୟନ୍ତ ଉଜାଗ ଥାଆନ୍ତି। ଏହି ରିସର୍ଚ୍ଚରେ ଏଭଳି ଲୋକଙ୍କୁ ସ୍ମାର୍ଟ ବୋଲି କୁହାଯାଇଥାଏ। ଏମାନଙ୍କ ବିଷୟରେ ଏହା ବି କୁହାଯାଇଛି କି ଏହି ସ୍ମାର୍ଟ ଲୋକମାନଙ୍କର ଅନ୍ୟମାନଙ୍କ ତୁଳନାରେ ସାମଗ୍ରୀ ଓ ପରିସ୍ଥିତି ମୁତାବକ ଅନୁକୁଳ କ୍ଷମତା ଅଧିକ ରହିଥାଏ। ଏଭଳି ଲୋକମାନେ ସମସ୍ୟାର ସମାଧାନ ଖୋଜିବା ପାଇଁ ପସନ୍ଦ କରି ଥାଆନ୍ତି।

ସମ୍ବନ୍ଧିତ ଖବର