ପେଟଜନିତ ସମସ୍ୟା ଥିଲେ କିଛି ସମୟ ମଧ୍ୟରେ ଠିକ୍‌ କରିଥାଏ ଏହି ୭ଟି ସୁପରଫୁଡ଼୍‍

0 905

ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ମଧ୍ୟ ଠିକ୍‌ ଠିକଣା ରହୁ ନାହିଁ । ସମୟ ଅଭାବ ହେତୁ ଠିକ୍‌ ସମୟରେ ନ ଖାଇବା ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ମୁଖ୍ୟତଃ ବାହାର ଖାଦ୍ୟ ଖାଇ ଅତ୍ୟଧିକ ଲୋକଙ୍କର ପେଟ ଖରାପ ହୋଇଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବାରୁ ଶରୀରରୁ ଖାଦ୍ୟର ପୋଷଣ ମଧ୍ୟ ମିଳି ନଥାଏ । ଏଭଳି ସମସ୍ୟାର ସମ୍ମୁଖୀନ ଆପଣ ମଧ୍ୟ ହେଉଥିବେ । କିନ୍ତୁ ଏଭଳି ସମସ୍ୟା ହେଲେ ଆପଣ ଏହାର ସମାଧାନ ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଓଷଧ କିଣି ଖାଉଥିବେ । କିନ୍ତୁ ଆପଣ ଜାଣିଛନ୍ତି କି? ଘରେ ମିଳୁଥିବା କିଛି ସୁପରଫୁଡ଼୍‍ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ପାଚିଲା ଅମୃତଭଣ୍ଡାରେ ଥିବା ଏନ୍‌ଜାଇମ୍‌ ପ୍ରୋଟିନ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବାର ୨୪ଘଣ୍ଟା ମଧ୍ୟରେ ଆପଣଙ୍କ ପାଚନକ୍ରିୟ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇ ଯାଇଥାଏ ।

nari.punjabkesari.in/

୨. ଦହିରେ ଥିବା ରସାୟନିକ ପଦାର୍ଥ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇବା ସମୟରେ ଯଦି ଆପଣ ଦହି ଖାଉଛନ୍ତି, ତେବେ ଏହା ଖାଦ୍ୟକୁ ତୁରନ୍ତ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି କେବେ ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ତେବେ ଗୋଟେ ପାତ୍ରରେ ଦହି ଆଣି ଖାଆନ୍ତୁ । ଏପରି କଲେ ଆପଣଙ୍କ ପେଟଜନିତ ସମସ୍ୟା ଦୂର ହେବ ।
୩. ପେଟଜନିତ ସମସ୍ୟା ଦେଖାଗଲେ ପାଣିରେ ହଳଦୀ ମିଶାଇ ପିଅନ୍ତୁ । ଏହା ସହ ଆପଣ କଞ୍ଚା ହଳଦୀକୁ ମଧ୍ୟ ସେବନ କରି ପାରିବେ ।

nari.punjabkesari.in/

୪. ଖାଦ୍ୟ ରନ୍ଧିବା ସମୟରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ । ଏହା ଦ୍ୱାରା କେବେ ବି ଆପଣଙ୍କ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.