ସାବଧାନ୍‌! ଆପଣଙ୍କ ଜୀବନ ବି ନେଇପାରେ ଏହି ସବୁ ଫଳ ଓ ପନିପରିବାର ଜୁସ୍‌ !

ସାଧାରଣତଃ ଯଦି ଆପଣଙ୍କୁ ଲାଗୁଥାଏ କି ପନିପରିବା ଜୁସ୍‌ ସେବନ ଯୋଗୁଁ ଆପଣ ବେଶୀ ଫିଟ୍‌ ଏବଂ ସୁସ୍ଥ ରହିଥାନ୍ତି, ତେବେ ଆପଣ ସଂପୂର୍ଣ୍ଣ ଭୁଲ୍‌ ଭାବୁଛନ୍ତି। କାରଣ ଏହା ସର୍ବଦା ଜରୁରୀ ହୋଇ ନ ଥାଏ। ତେବେ ପ୍ରକୃତ କଥା ହେଲା, ଏପରି ଅନେକ ପନିପରିବା ଅଛି ଯାହାର ଜୁସ୍‌ ଅନେକ ରୋଗର ଚିକିତ୍ସା ଲାଗି ଫଳପ୍ରଦ ବୋଲି ବିବେଚନା କରା ଯାଉଥିବାବେଳେ,ଏହା ଆମ ଶରୀର ଲାଗି ହାନିକାରକ ହେବା ସାଂଗକୁ ଆମ ମୃତ୍ୟୁର କାରଣ ମଧ୍ୟ ବନିଥାଏ। ତେବେ ଆଜି କାଲି ଅନେକ ନିଜକୁ ଫିଟ୍‌ ଏବଂ ସୁସ୍ଥ ରଖିବା ଲାଗି ସେମାନଙ୍କର ପ୍ରତ୍ୟେକ ଦିନର ଆରମ୍ଭରେ ତଥା ସକାଳ ସମୟରେ ଅନେକ ପ୍ରକାରର ଫଳ ଓ ପନିପରିବା ଜୁସ୍‌ ସେବନ କରୁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଫଳ ଓ ପନିପରିବାର ଜୁସ୍‌ ବିଷୟରେ କହିବୁ, ଯାହାର ଅତ୍ୟଧିକ ସେବନ ଆପଣଙ୍କ ଜୀବନକୁ ବିପଦ ମୁଖକୁ ଟାଣିନେଇଥାଏ।

ଆସନ୍ତୁ ଜାଣିବା କ’ଣ ଅଟେ ଏହି ସବୁ ଜୁସ୍‌?……

ଲାଉ ଜୁସ୍‌: ଲାଉର ଜୁସ୍‌ ପ୍ରସ୍ତୁତି କରିବା ପୂର୍ବରୁ ପ୍ରଥମତଃ ବ୍ୟକ୍ତିକୁ ଏହାର ସ୍ୱାଦକୁ ଚାଖିବା ନିତ୍ୟନ୍ତ ଆବଶ୍ୟକ ଅଟେ। ଯେପରିକି ଆପଣ ଏହାର ସ୍ୱାଦ ବିଷାକ୍ତ କି ନୁହେଁ ତାହା ବିଷୟରେ ଜାଣିପାରିବେ। ଏଥିସହିତ ଏହାର ସ୍ୱାଦକୁ ଚାଖିବାକୁ ହେଲେ ଆପଣଙ୍କୁ ପ୍ରଥମେ ଲାଉକୁ ଛୋଟ ଖଣ୍ଡ କରି କାଟିଏହାର ସ୍ୱାଦକୁ ଚାଖିବାକୁ ପଡ଼ିବ। ଆଉ ଯଦି ଆପଣଙ୍କୁ ଏହାର ସ୍ୱାଦ କଡ଼ା ଲାଗୁଥାଏ,ତେବେ ଆପଣ ଏହାର ଜୁସ୍‌କୁ ଆଦୌ ହିଁ ପିଅନ୍ତୁ ନାହିଁ। ଏହା ଏଥିପାଇଁ ହୋଇଥାଏ, କାରଣ ପନିପରିବାର କଡ଼ାପଣରେ ବିଷାକ୍ତ ତତ୍ତ୍ୱ ଲୁଚି ରହିଥାଏ। ଏଥିସହିତ ଲାଉର ବିଷାକ୍ତ ଜୁସ୍‌ର ସେବନ ଯୋଗୁଁ ବ୍ୟକ୍ତିଠାରେ ତୁରନ୍ତ ହିଁ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ। ଯେପରିକି ବାନ୍ତିରେ ରକ୍ତ ପଡ଼ିବାକୁ ଲାଗିବା,ପେଟରେ ଦରଜ ସମସ୍ୟା ଦେଖାଯିବା ସାଙ୍ଗକୁ ରକ୍ତଚାପ ହଠାତ୍‌ କମିଯିବା ଭଳି ଅନେକ ସମସ୍ୟା ଲାଉ ଜୁସ୍‌ର ସେବନ ଯୋଗୁଁ ହୋଇଥାଏ। ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କି ,ଏହି ସବୁ ଲକ୍ଷଣ ବିଷାକ୍ତ ଜୁସ୍‌ର ସେବନର ୩୦ ମିନିଟ୍‌ ମଧ୍ୟରେ ହେବାକୁ ଲାଗିଥାଏ ।

କେବଳ ଯେ ଲାଉର ଜୁସ୍‌ ତାହା ନୁହେଁ ବରଂ କାକୁଡ଼ି, ବାଇଗଣ,କଖାରୁ ଏବଂ ତରଭୁଜ ଭଳି ଫଳ ଓ ପନିପରିବାମାନଙ୍କରେ ମଧ୍ୟ ସାଇଟୋଟକ୍ସିକ କମ୍ପାଉଡ୍‌ ପ୍ରଚୁର ମାତ୍ରାରେ ମିଳିଥାଏ।ଯେଉଁ କାରଣକୁ ନେଇ ଆପଣ ଯଦି ଏହାର ସ୍ୱାଦକୁ ବିନା ଚାଖି ଜୁସ୍‌ ବନାଇ ପିଅନ୍ତିି,ତେବେ ଏହା ଆପଣଙ୍କ ଶରୀର ପାଇଁ ବି ବିଷାକ୍ତ ପାଲଟିଯାଏ।

୩-ଗାଜରର ଜୁସ୍‌: କେବଳ ଯେ ଲାଉର ଜୁସ୍‌ ଶରୀର ଲାଗି ନକାରତ୍ମକ ହୋଇଥାଏ ତାହା ନୁହେଁ, ବରଂ ଗାଜରର ଜୁସ୍‌ ମଧ୍ୟ ଶରୀର ଲାଗି ହାନିକାରକ ହୋଇଥାଏ। ତେବେ ଗାଜରରେ ଭରପୂର ମାତ୍ରାରେ ପୋଷଣ ତତ୍ତ୍ୱ ରହିଥିବା କାରଣରୁ ଏହାର ଜୁସ୍‌ ସେବନ ଆଖି ଲାଗି ଅତ୍ୟନ୍ତ ଲାଭପ୍ରଦ । ହେଲେ ଏହାର ଅତ୍ୟଧିକ ମାତ୍ରାରେ ସେବନ ବ୍ୟକ୍ତିର ଶରୀର ଲାଗି ହାନିକାରକ ସାବ୍ୟସ୍ତ ହୋଇଥାଏ। କାରଣ ଗାଜରକୁ ଅତ୍ୟଧିକ ମାତ୍ରାରେ ଜୁସ୍‌ କରି ପିଇବା ଦ୍ୱାରା ଶରୀରରେ ସୁଗରର ମାତ୍ରା ଅଚାନକ ବଢ଼ିବାକୁ ଲାଗେ ଏବଂ ତାହାର ତ୍ୱଚାର ରଙ୍ଗ ମଧ୍ୟ କମଳା ରଙ୍ଗର ହୋଇଯାଏ। କେବଳ ଯେ ଏତିକି ଅଟେ ତାହା ନୁହେଁ ବରଂ ଏ ନେଇ ବ୍ୟକ୍ତିଠାରେ ଫୁଡ୍‌୍‌ ପଏଜନିଂଙ୍ଗ୍‌ ସମସ୍ୟା ବି ଉପୁଜିଥାଏ।

ଫୁଲ କୋବି ଜୁସ୍‌: ୟୁରୋପିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଟ୍ରୋଲୋଜି ଆଣ୍ଡ୍‌ ହେପାଟୋଲୋଜି ଅନୁସାରେ ଫୁଲ କୋବିକୁ ଖାଦ୍ୟ ରୂପେ ଖାଇବା ସ୍ୱାସ୍ଥ୍ୟ ଲାଗି ଲାଭକାରୀ ଅଟେ। ହେଲେ ଆପଣ ଏହାର ଜୁସ୍‌ ବିଲ୍‌କୁଲ୍‌ ହିଁ ପିଅନ୍ତୁ ନାହିଁ। କାରଣ ଏହାର ସେବନ ଲିଭର ଟାକ୍ସିଟି ଅର୍ଥାତ୍‌ ବିଷାକ୍ତତା କରାଇ ଦେଇଥାଏ।

ସମ୍ବନ୍ଧିତ ଖବର