ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କୌଣସି କାମରୁ ବଡ଼ ଫାଇଦା ହେବ। ନିଜର ମିତ୍ରଙ୍କ ଠାରୁ ଖୁସି ଖବର ପାଇବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କର ଭାଗ୍ୟର ତାରକା ଉଜ୍ଜ୍ଵଳ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ।

 

ବୃଷ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ଆପଣ କିଛି ନୂଆ କୌଶଳରୁ ଶିକ୍ଷା ଲାଭ କରିବେ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଚାକିରି ପାଇଁ କରି ଆସୁଥିବା ପ୍ରୟାସରେ ସଫଳ ହେବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମାଣିକେଶ୍ୱରୀ।

 

ମିଥୁନ: ମନରେ ନକାରାତ୍ମକ ଭାବନା ଆସିପାରେ। ଅଫିସ୍‌ରେ ସହକର୍ମୀଙ୍କ ଉପରେ ନାରାଜ ହୁଅନ୍ତୁନାହିଁ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା ଉପରେ କାମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 


କର୍କଟ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ବ୍ୟବସାୟରୁ ପରିଶ୍ରମର ଫଳ ପାଇବେ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। କୌଣସି ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 

ସିଂହ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ପରିବାରର ବିବାଦ ଜୀବନସାଥୀଙ୍କ ସହଯୋଗରେ ସମାଧାନ କରିନେବେ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ କାମ ପୂରା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମଙ୍ଗଳା।

 

କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଏବଂ ସଫଳ ହେବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

 ତୁଳା: ରବିବାର: ଆର୍ଥିକ ସ୍ଥିତି ଭଲ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାମରେ ସଫଳତା ମିଳିପାରେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମିଳିବ। ଶନିବାର: କାମ ପ୍ରତି ଉତ୍ସାହ ବଢ଼ିବ।

 

 

ତୁଳା: ଆର୍ଥିକ ମାମଲା ପାଇଁ ଦିନଟି ଭଲ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଚାକିରିଆଙ୍କୁ ଭଲ ପ୍ରସ୍ତାବ ମିଳିବା ଯୋଗ ରହିଛି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଗବେଷଣାରତ ଛାତ୍ରଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ଅଫିସର କିଛି କାମ ଲାଗି ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅଚାନକ ଶୁଭ ଖବର ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ଡଳମଣି।

 

ଧନୁ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ। ବୈବାହିକ ଜୀବନ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 


ମକର: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ; ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ଅଂଶୀଦାର ହେବା ପାଇଁ ସମୟ ଭଲ। ଜୀବନସାଥୀଙ୍କ ଖୁସି ପ୍ରତିି ଆପଣଙ୍କୁ ଧ୍ୟାନ ଦେବାକୁ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା କପିଳାସ।

 

କୁମ୍ଭ: ନକାରାତ୍ମକ ଭାବନା ତ୍ୟାଗ କରନ୍ତୁ; ଫାଇଦା ହେବ। ବ୍ୟବସାୟରେ ସଉଦା ଲାଗି ଦୂର ସ୍ଥାନକୁ ଯିବେ। ଭାଇଙ୍କ ସହିତ ଆପୋସ ଶ୍ରଦ୍ଧା ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ଖୁସି ହୋଇ ଆପଣ ଖର୍ଚ୍ଚ ଅଧିକ କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର