ଉପକାରୀ ନାଲି ଲଙ୍କା

ଲାଲ୍‌ ଲଙ୍କା ବା ନାଲି ଲଙ୍କାଟିଏ ସିଧା ସଳଖ ଖାଇବା ଏକ ଦୂରୁହ ବ୍ୟାପାର। ତେବେ ଏହାର ରହିଛି ଅନେକ ଉପଯୋଗିତା ତଥା ଔଷଧୀୟ ଗୁଣ। ଆମିନୋ ଏସିଡ୍‌, ଫୋଲିକ ଏସିଡ୍‌, ସାଇଟ୍ରିକ୍‌ ଏସିଡ୍‌, ମେଲୋନିକ ଏସିଡ୍‌ ପରି ଏଥିରେ ରହିଛି ଆହୁରି ଅନେକ ଉପଯୋଗୀ ତତ୍ତ୍ୱ। ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ୍‌ ଲଙ୍କା ବହୁଗୁଣ ଲାଭ ଦେଇଥାଏ। ତେବେ କେତେକ କ୍ଷେତ୍ରରେ ଏହି ଲଙ୍କା ଖାଇବାକୁ ବାରଣ କରାଯାଇଛି। ଅର୍ଶରୋଗୀ ଏବଂ ଗର୍ଭବତୀ ମହିଳାମାନେ ଲାଲ୍‌ ଲଙ୍କା ଖାଇବା ଉଚିତ୍‌ ନୁହେଁ। ଆହୁରିମଧ୍ୟ ଅଧିକ ମାତ୍ରାରେ ଏହା ଖାଇବା ଦ୍ୱାରା ପେଟରେ ଜ୍ୱଳନ ହୋଇଥାଏ, ଏହା ପେଟବଥା ଏବଂ ଏସିଡିଟିର କାରଣ ମଧ୍ୟ ହୋଇଥାଏ। ଏବେ ଜାଣନ୍ତୁ ଏହାର କେତେକ ଉପକାରିତା…
-ମସଲାଯୁକ୍ତ ଖାଦ୍ୟ ଓଜନ ହ୍ରାସ କରେ କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମାତ୍ର ହଳଦୀ, ଲାଲ୍‌ ଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ। ଏହି ମସଲାରେ ଫ୍ୟାଟ୍‌ ଏବଂ କ୍ୟାଲୋରିର ମାତ୍ରା ବହୁତ କମ୍‌ ରହିଥାଏ।
-ଗର୍ଭବତୀମାନେ ଏହା ଖାଇବାକୁ ବାରଣ କରାଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଖାଇବା ଦ୍ୱାରା ଏହା ଅନେକ ଲାଭ ଦେଇଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଫୋଲିକ୍‌ ଏସିଡ୍‌ ଥିବାରୁ ଗର୍ଭବତୀ ମହିଳା ଏହାକୁ ଖାଇବା ଦରକାର।
-ଲାଲ୍‌ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।
-କାଛୁ କୁଣ୍ଡିଆ ଏବଂ ଅନ୍ୟାନ୍ୟ ଚର୍ମରୋଗ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଲାଲ୍‌ ଲଙ୍କା ଖାଇବା ତ୍ୱଚାରେ ରକ୍ତପ୍ରବାହ ବୃଦ୍ଧି ପାଉଥିବାରୁ ଏହା ତ୍ୱଚାକୁ ସୁସ୍ଥ ରଖିଥାଏ। ଏଥିରେ ଥିବା ଭିଟାମିନ୍‌-ସି, ଭିଟାମିନ୍‌-ଇ ଏବଂ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହୁଥିବାରୁ ଏହା ତ୍ୱଚା ପାଇଁ ଲାଭଦାୟକ।
-ଲାଲ୍‌ ଲଙ୍କା ରକ୍ତ ସଂଚାଳନକୁ ଠିକ୍‌ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ। ଏହା କେଶକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ କେଶଜନିତ ସମସ୍ୟା ଥିଲେ ନିଜର ଖାଦ୍ୟରେ ଲାଲ୍‌ ଲଙ୍କା ସାମିଲ୍‌ କରନ୍ତୁ।
-ଲାଲ୍‌ଲଙ୍କାକୁ କର୍କଟରୋଗ ନିରୋଧୀ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିରେ ଥିବା କେପ୍‌ସାସିନ୍‌ ତତ୍ତ୍ୱ ଶରୀରରୁ କର୍କଟର କୋଷଗୁଡ଼ିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।
-ଲାଲ୍‌ ଲଙ୍କା ପ୍ରାକୃତିକ ଉପାୟରେ ରକ୍ତଚାପକୁ ହ୍ରାସ କରିଥାଏ। ଏହା ପ୍ଲେଟେସକୁ କମ୍‌ କରି ରକ୍ତର ପ୍ରବାହକୁ ସୁଗମ କରିଥାଏ।
-ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗ୍‌ଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ଦୁଇ ଚିମୁଟା ଲଙ୍କାଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇବାକୁ ଦିଅନ୍ତୁ।
-ଗଳା ଖିଚ୍‌ ଖିଚ୍‌ ହେଉଥିଲେ ବା ଗଳାରେ କଷ୍ଟ ହେଉଥିଲେ ଲାଲ୍‌ ଲଙ୍କା ଉପଚାର କରେ। ଉଷୁମ ପାଣିରେ ତଣ୍ଟି ଘଡ଼ଘଡ଼ କରୁଥିଲେ ସେଥିରେ ସାମାନ୍ୟ ଲାଲ୍‌ ଲଙ୍କାଗୁଣ୍ଡ ମିଶାଇ ଦିଅନ୍ତୁ। ଏହା ତୁରନ୍ତ କାମ ଦେଇଥାଏ।
-କିଛି ଲୋକ ଯେତେ ଶୋଇଲେ ବି ସହଜରେ ସେମାନଙ୍କ ନିଦ ଛାଡ଼େ ନାହିଁ। ସେମାନଙ୍କ ନିଦ ଛଡ଼ାଇବା ପାଇଁ ରାତିରେ ଖାଇବା ପୂର୍ବରୁ ପାଣିରେ ଲାଲ୍‌ ଲଙ୍କାଗୁଣ୍ଡକୁ ମିଶାଇ ସେଥିରୁ ତିନି ଚାରିବୁନ୍ଦା ସେବନ କରିବା ଦରକାର।
-ପେଟରେ ଯନ୍ତ୍ରଣା ହେଉଥିଲେ ଗୁଡ଼ ସହ ଏହାର ସାମାନ୍ୟ ଗୁଣ୍ଡକୁ ମିଶାଇ ସେବନ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।
-ଶରୀରର କୌଣସି ଅଂଶରେ ଯନ୍ତ୍ରଣା ହେଉଥିଲେ ଏହା ପ୍ରାକୃତିକ ଯନ୍ତ୍ରଣା ନିବାରକ ଭାବେ କାର୍ଯ୍ୟ କରିଥାଏ। ଖାଦ୍ୟରେ ଲାଲ୍‌ ଲଙ୍କାକୁ ସାମାନ୍ୟ ଭାବେ ଗ୍ରହଣ କରନ୍ତୁ।
-ବିଛା କାମୁଡ଼ିଥିଲେ ତା’ର ବିଷ ହରଣ ପାଇଁ ଦଂଶନ ସ୍ଥାନରେ ଲାଲ୍‌ଲଙ୍କାକୁ ବାଟି ଲଗାଇ ଦିଅନ୍ତୁ। ସାପ ଏବଂ କୁକୁର କାମୁଡ଼ା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ତେବେ ଏହା ଅଭିଜ୍ଞ ବୈଦ୍ୟଙ୍କ ପରାମର୍ଶରେ କରାଯିବା ଭଲ।
-ଅଜୀର୍ଣ୍ଣ ବା ବଦ୍‌ହଜମୀରେ ପୀଡ଼ିତ ବ୍ୟକ୍ତି ଲାଲ୍‌ ଲଙ୍କାକୁ ପାଣିରେ ମିଶାଇ ପାଞ୍ଚ ବୁନ୍ଦା ଲେଖା ସେବନ କଲେ ଉପକୃତ ହୋଇଥାଏ।
-ହଇଜା ପୀଡ଼ିତ ବ୍ୟକ୍ତିକୁ ପ୍ରତି ଅଧଘଣ୍ଟାଏରେ ଥରେ ଲାଲ୍‌ ଲଙ୍କାର ପାଣି ପାଞ୍ଚବୁନ୍ଦା ଲେଖା ପିଆଇବା ଦ୍ୱାରା ଏଥିରୁ ଆରୋଗ୍ୟ ମିଳିଥାଏ।

ସମ୍ବନ୍ଧିତ ଖବର