ସମ୍ବାଦ ସାହିତ୍ୟଘରର ‘ମେଘୁଆ’ ଆସର ଆଜି

ଭୁବନେଶ୍ୱର: ଖରାର କ୍ଷତ ଉପରେ ବର୍ଷା ଲଗାଏ ମଲମ। ନୁଖୁରା ମାଟିରେ ହସ ଫୁଟାଏ। ନଈ ପାଲଟେ ଗର୍ଭବତୀ। ବଗିଚା ହୁଏ ଯୌବନାବତୀ। ଏମିତି ଦେଖିବାକୁ ଗଲେ ଜୀବଜଗତ ପାଇଁ ବର୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ଗୋଟେ ଶ୍ୟାମଳ-ସୁନ୍ଦର ଶସ୍ୟଗର୍ଭା ପୃଥିବୀ ପାଇଁ ଚାଷୀଠାରୁ ପାଣିପାଗ ଅଫିସ ଯାଏ, କବିଠାରୁ ଚିତ୍ରକର ଯାଏ ସମସ୍ତେ ଏଇ ବର୍ଷାକୁ ଅପେକ୍ଷା କରି ରହିଥାନ୍ତି। ଏମିତି ଏକ ଅବକାଶରେ ଭୁବନେଶ୍ୱର ସମ୍ବାଦ ସାହିତ୍ୟଘର ତରଫରୁ ୨୬ ଜୁନ୍‍ ସଂଧ୍ୟା ୬ଟାରେ ଆୟୋଜିତ ହେଉଛି ‘ମେଘୁଆ’ ଆସର; ଯେଉଁଠି ତରୁଣ ପ୍ରବୀଣ ଓ ବରିଷ୍ଠ ଲେଖକମାନେ ଏକାଠି ହୋଇ ମେଘମନା ହେବେ। ମେଘ ଉପରେ କଥା, କବିତା ଓ ଗୀତର ଆସର ଜମିବ। ଏହି ଅବସରରେ ବହୁ ବରେଣ୍ୟ ଲେଖକଙ୍କ ସହ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଉପସ୍ଥିତ ରହିବେ। ଭୁବନେଶ୍ୱର ସାହିତ୍ୟ ଘରର ସଭ୍ୟସଭ୍ୟାଙ୍କ ସହ ଆଗ୍ରହୀ କବି-ଲେଖକମାନଙ୍କୁ ଏଭଳି ଏକ ନିଆରା ଉତ୍ସବରେ ଯୋଗଦେବା ପାଇଁ ଅନୁଷ୍ଠାନର ସଭାପତି ସରୋଜ ବଳ ଓ ସମ୍ପାଦକ ବାଦଲ ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର