‘ଅର୍ଗସ’ ଲୋକାର୍ପିତ

ଭୁବନେଶ୍ୱର : ଓ୍ଵବ୍‌ଚ୍ୟାନେଲ ଅର୍ଗସ୍‌ ଇଡିକଲ୍‌ ଅଡିଟୋରିୟମ୍‌ରେ ଆନୁଷ୍ଠାନିକ ଭାବରେ ଲୋକାର୍ପିତ ହୋଇଛି। ଚ୍ୟାନେଲ୍‌କୁ ରଙ୍ଗବତୀ ଫେମ୍‌ ଜିତେନ୍ଦ୍ରୀୟ ହରିପାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚର୍ଚିତ ହୋଇଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଧିତ କରାଯାଇଛି। ଭୂମି ସୂତା ଓ କୁମାରୀ ଭୁଏ ଯାହାଙ୍କ ପାଇଁ କେବିକେ ଯୋଜନା ଶୁଭାରମ୍ଭ ହୋଇଥିଲା ସେମାନଙ୍କୁ ସମ୍ବର୍ଧିତ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାର ଆତ୍ମହତ୍ୟା କରିଥିବା ଚାଷୀଙ୍କ କନ୍ୟା ପ୍ରୀତି ସାହୁ, କଳିଙ୍ଗ ନଗର ଗୁଳିକାଣ୍ଡରେ ମୃତ ପରିବାର ସନିଆ ତିରିଆ ଓ ଶମ୍ଭନାଥ ମହନ୍ତ, ସମାଜସେବୀ ଓ ସମାନ ଅଧିକାର ପାଇଁ କାର୍ଯ୍ୟରତ ବାଘାମ୍ବର ପଟ୍ଟନାୟକ, ପାହାଡ଼ କାଟି ସଡ଼କ ନିର୍ମାଣ କରି ଚର୍ଚାକୁ ଆସିଥିବା ଜଳନ୍ଧର ନାୟକ, ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସ, ମାଲକାନାଗିରି ଡାକ୍ତର ଓଁକାର ହୋତା, ସମ୍ବଲପୁରର କର୍ତବ୍ୟନିଷ୍ଠ ଡାକ୍ତର ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପରିବାର ଭୀମସେନ ମାଝୀ ଓ ସର୍ବେଶ୍ୱର ମାଝୀ, ଶଙ୍କର ରାମଚନ୍ଦ୍ରାନୀ, ଦେବଗଡ଼ ଜିଲ୍ଲା ସ୍ୱଛ ଭାରତ ମିସନ ଅଗ୍ରଦୂତ ଗୁମୁଦ ଶତପଥୀ, ମହିଳାଙ୍କୁ ଅରାତ୍ମନିର୍ଭରଶୀଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିବା କେନ୍ଦୁଝରର କୁନି ଦେହୁରୀ, ୩୫୦୦ ଶବ ସତ୍କାର କରିଥିବା ସରକାରୀ କର୍ମଚାରୀ ନରହରି ସ୍ୱାଇଁ, ବିନା ସରକାରୀ ସାହାଯ୍ୟରେ ପିଲାଙ୍କୁ ପଢ଼ାଉଥିବା ନିବେଦିତା ଲେଙ୍କା, ଭିଲେଜ୍‌ମାର୍ଟର ପ୍ରତିଷ୍ଠାତା ରମେଶ ବିଶ୍ୱାଳ, ଗୋଡ଼ରେ କମ୍ପ୍ୟୁଟର, ମୋବାଇଲ, ପରିଚାଳନା ସହ ହାରମୋନିୟମରେ ସ୍ୱର ଦେଉଥିବା ଉର୍ବଶୀ ଦାସ ପ୍ରମୁଖ ୧୫ ଚର୍ଚିତ ଚେହେରାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅର୍ଗସର ସମ୍ପାଦକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଫଣି ଓ ଚିନ୍ମୟୀ ସଂଯୋଜନା କରିଥିଲେ। ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଇଣ୍ଟରନେଟ ଓ ସ୍ୱତନ୍ତ୍ର ଆପ୍‌ ଜରିଆରେ ଏହି ଚାନେଲ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର