ରାଜଧାନୀରୁ ଅପହୃତ ଛାତ୍ରୀ ନୟାଗଡ଼ରୁ ଉଦ୍ଧାର

ଭୁବନେଶ୍ବର: ଗୁରୁବାର ଦିନ ଗଙ୍ଗନଗର ଅଞ୍ଚଳରୁ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି। ପୁଲିସ ସେମାନଙ୍କୁ ନୟାଗଡ଼ରୁ ଉଦ୍ଧାର କରିଥିବା ଜଣା ପଡ଼ିଛି। ଛାତ୍ରୀ ଦ୍ବୟ ସ୍ଥାନୀୟ ସରାକରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ସୂର୍ଯ୍ୟନଗର ଅଞ୍ଚଳରେ ଏହି ଦୁଇ ସାଙ୍ଗ ଗୁରୁବାର ସକାଳେ ଟ୍ୟୁସନ ଯାଉଛନ୍ତି କହି ଘରୁ ବାହାରି ଆସିଥିଲେ। ମାତ୍ର ଆଉ ଘରକୁ ଫେରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଘରକୁ ନ ଫେରିବାରୁ ଉଭୟଙ୍କ ପରିବାର ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ସେମାନଙ୍କ ନମ୍ବର ଟ୍ରାକିଂ କରି ଠିକଣା ଠାବ କରିଥିଲା। ଏହାପରେ ପୁଲିସର ଏକ ଟିମ୍‌ ନୟାଗଡ଼ ଜିଲ୍ଲାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ଗୁରୁବାର ଦିନ ଉଭୟ ସକାଳୁ ଘରୁ ଆସି ନିକଟସ୍ଥ ଏକ ପାର୍କରେ ଦୁଇ ଯୁବକଙ୍କ ସହ ରୋଜ ଡେ’ ପାଳନ କରିଥିଲେ। ଏହାପରେ ସେଠା‌ରୁ ଯୁବକଙ୍କ ସହ ବୁଲିବାକୁ ଚାଲିଯାଇଥିଲେ। ଏବେ ପୁଲିସ ଯୁବକ ଦ୍ବୟଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର