ଭୁବନେଶ୍ୱର: ଚନ୍ଦକାସ୍ଥିତ ଏଏସ୍ବିଏମ୍ କଲେଜ୍ ପକ୍ଷରୁ ପାଳିତ ହୋଇଯାଇଛି ‘ଆଚିଭର୍ସ ଡେ’। ଏହି ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଏଏସ୍ବିଏମ୍ର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ପ୍ରଫେସର୍ ଡ. ବିଶ୍ୱଜିତ ପଟ୍ଟନାୟକ, ଡିନ୍ ତଥା ପ୍ରଫେସର କଲ୍ୟାଣ ଶଙ୍କର ରାୟ ଓ ପ୍ରଫେସର ମୃତ୍ୟୁଞ୍ଜୟ ଦାସ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରଫେସର ଭକ୍ତବନ୍ଧୁ ଦାଶ ଶିବିର ସଂଯୋଜନା ଓ ପରିଚାଳନା କରିଥିଲେ। ଅନୁଷ୍ଠାନର ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ସମେତ ମୋଟ ୭୧ଜଣ ଶିବିରରେ ରକ୍ତଦାନ କରିଥିଲେ। କଟକ ବଡ଼ ମେଡିକାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।