ବିଏମ୍‌ସି ଅଫିସ୍‌ ଆଗରେ ଦିବ୍ୟାଙ୍ଗଙ୍କ ଧାରଣା

ପୁରୁଣା ଭୁବନେଶ୍ୱର : ମୋ ଅଖିକୁ ଦେଖାଯାଉନି। ଦୁଇ ବର୍ଷ ହେଲା ଗୁପ୍‌ଚୁପ୍‌ ବିକ୍ରି କରି ଚଳୁଛି। ହେଲେ ବାରମ୍ବାର ରାସ୍ତାକଡ଼ ଦୋକାନ ଭଙ୍ଗା ହେବାରୁ ବହୁ କ୍ଷତି ହୋଇଛି। ୨ବର୍ଷ ହେଲା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଗୋଟିଏ ଦୋକାନ ପାଇଁ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ୁଛି। ହେଲେ କେହି ଶୁଣୁ ନାହାନ୍ତି। ବାଧ୍ୟ ହୋଇ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି। ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବି। ଡୁମୁଡୁମା ରଘୁନାଥ ନଗରରେ ରହୁଥିବା ଦୃଷ୍ଟିବାଧିତ ଯୁବକ ଅଭିମନ୍ୟୁ ସାହୁ ଆଜି ବିଏମ୍‌ସି ଅଫିସ୍‌ ଆଗରେ ଧାରଣା ଦେବା ସହିତ ଏପରି କହିଛନ୍ତି। ୬ ମାସ ତଳେ ସେ ବିବାହ କରିଥିଲେ। ଦୁଇ ବର୍ଷ ହେଲା ଗୋଟିଏ ଭେଣ୍ଡିଙ୍ଗ୍‌ଜୋନ୍‌ ଦୋକାନ ପାଇଁ ସଂଗ୍ରାମ କରୁଛନ୍ତି। ମେୟର, ବିଏମ୍‌ସି ଲ୍ୟାଣ୍ଡ୍‌ ଅଫିସର, ସାଧାରଣ ପ୍ରଶାସନ ବିଭାଗ, ପରିବହନ ବିଭାଗ, ସ୍ଥାନୀୟ ବିଧାୟକ ତଥା ସଂସ୍କୃତି ମନ୍ତ୍ରୀଙ୍କ ପାଖକୁ ଯାଇ ନିରାଶ ହୋଇଥିବା କହିଛନ୍ତି। ଏନେଇ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନିଆଯିବ ବୋଲି କହିିଛନ୍ତି।

ସମ୍ବନ୍ଧିତ ଖବର