କ୍ଲବ୍‌ ଡାଇନ୍‌ର ଫିସ୍‌ ଇନ୍‌ ମଙ୍ଗୋଲିଆନ୍‌ ସସ୍‌

ରାଜଧାନୀର ହୋଟେଲଗୁଡ଼ିକରେ ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା ଥିବା ବେଳେ ଅଜିତ୍‌ ପ୍ରଧାନଙ୍କ କ୍ଲବ୍‌ ଡାଇନ୍‌ ହୋଟେଲରେ ଖାଦ୍ୟ ଦେଉଛି ନିଆରା ସ୍ୱାଦ। ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍‌ ସେଣ୍ଟରଠାରେ ଥିବା ଏହି ହୋଟେଲର ‘ଫିସ୍‌ ଇନ୍‌୍‌ ମଙ୍ଗୋଲିଆନ୍‌ ସସ୍‌’ ଆଇଟମ୍‌ର ଡିମାଣ୍ଡ ଢେର୍‌। ଏହା ଦେଖିବାକୁ ଯେପରି ସୁନ୍ଦର ସେହିପରି ସ୍ୱାଦିଷ୍ଟ ମଧ୍ୟ। ଏହି ରେସିପି ସାଧାରଣତଃ ଭେକ୍‌ଟି ମାଛରେ ପ୍ରସ୍ତୁତ ହୋଇଥାଏ। ଅଲିଭ ଅଏଲ୍‌, ଅଦା ଓ ରସୁଣ, ମକା, ଛତୁ, ବେବି କର୍ଣ୍ଣ ସବୁକୁ ଚୁନା ଚୁନା କାଟି ଟସ୍‌ କରାଯାଏ। ସେଥିରେ ନାଲି ଓ ହଳଦିଆ ଗୋଲମରିଚ, ଚିଜ୍‌, ଟମାଟୋ ସସ୍‌ ଓ କଞ୍ଚାଲଙ୍କା ପେଷ୍ଟ୍‌କୁ ମିଶା ଯାଏ। ଏହା ପରେ ପ୍ଲେଟ୍‌ରେ ଦୁଇଟି ମାଛ ସହ, ବ୍ରୋକୋଲି, ଗାଜର, କାକୁଡ଼ି, ଫ୍ରେନଜ୍‌ ଫ୍ରାଏ, ଟମାଟୋ ଓ ଚିଜ୍‌କୁ ପକାଇ ପ୍ଲେଟ୍‌ ପ୍ରସ୍ତୁତ କରାଯାଏ। ପ୍ରସ୍ତୁତି ପାଇଁ ମାତ୍ର ୧୦ ମିନିଟ୍‌ ସମୟ ଲାଗୁଥିବାରୁ ଗ୍ରାହକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼େ ନାହିଁ ବୋଲି ସେଫ୍‌ କ୍ରିସ୍‌ ଚେତ୍ରୀ କହିଛନ୍ତି। ଏହି ପ୍ଲେଟ୍‌ର ଦାମ୍‌ ରହିଛି ମାତ୍ର ୩୦୦ଟଙ୍କା।

ସମ୍ବନ୍ଧିତ ଖବର