ଭିନ୍ନକ୍ଷମ ଦିବସରେ ବାଇକ୍‌ ଶୋଭାଯାତ୍ରା

ଚନ୍ଦ୍ରଶେଖରପୁର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ସ୍ଥାନୀୟ ଜନତା ମଇଦାନଠାରେ ଏକ ବାଇକ୍‌ ରାଲି ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ସମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ର‍୍ୟାଲିରେ ରାଜ୍ୟର ୩ଟି ବାଇରସ୍‌ ଗ୍ରୁପ୍‌ ଯଥା-ଓଡ଼ିଆ ବାଇକରେନୀର ଜଣେ ସଦସ୍ୟା, ଏକ୍ସବିଏଚ୍‌ପି(ଏସ୍‌କ୍ଟା ବ୍ରେକିଂ ହର୍ସ ପାୱାର) ଗ୍ରୁପ୍‌, ଓଡିଶା ପ୍ରାଇଡ୍‌ ରାଇଡର୍‌ ବୁଲେଟ୍‌ ଗ୍ରୁପ୍‌ ୩୦୦ରୁ ଅଧିକ ବାଇକର୍ସ ଭାଗ ନେଇଥିଲେ। ଏହା ମଧ୍ୟରେ ୨୫୦ରୁ ଊର୍ଧ୍ୱ ବଧିର ବାଇକର୍ସ ରହିଥିଲେ। ଏହି ରାଲି ଜନତା ମଇଦାନଠାରୁ ଆରମ୍ଭ ହୋଇ, ନାଲକୋ ଛକ, ସୈନିକ ସ୍କୁଲ ଓ ଆଚାର୍ଯ୍ୟ ବିହାର ହୋଇ ପୁଣି ଥରେ ସେଇ ରାସ୍ତାରେ ଆସି ଜନତା ମଇଦାନଠାରେ ଶେଷ ହୋଇଥିଲା। ରାଜ୍ୟ ସରକାରଙ୍କ ଏସ୍‌ଏସ୍‌ଇପିଡି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ସାମଲ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିବା ସହ ନିଜେ ବାଇକ୍‌ରେ ବସି ବାଇକ୍‌ ରାଲିରେ ସାମିଲ ହୋଇଥିଲେ। ଏହି ଅବସରରେ ଏସ୍‌ଏସ୍‌ଇପିଡି ବିଭାଗର ପ୍ରିନ୍‌ସିପାଲ ସେକ୍ରେଟାରୀ ନିତିନ୍‌ ଚନ୍ଦା୍ର ଉପସ୍ଥିତ ଥିଲେ। ଜନସାଧାରଣଙ୍କ ମଧ୍ୟରେ ଡିଜାବିଲିଟି ଲୋକଙ୍କ ସମସ୍ୟା ଓ ସେମାନଙ୍କ ଥିବା ଦକ୍ଷତାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ରାଲିର ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର