ଚଳନ୍ତା ବସରେ ଅସଦାଚରଣ କରିବା ମହଙ୍ଗା ପଡ଼ିଲା, ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ଭୁବନେଶ୍ୱର: ଭୁବନେଶ୍ୱର ଚଳନ୍ତା ବସରେ ଯୁବତୀଙ୍କୁ ଅସଦାଚରଣ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି । ଅସଦାଚରଣ କରିବା ପରେ ଯୁବକଙ୍କୁ ଗାଡି ଭିତରେ ଜୋତାରେ ପିିଟିଥିଲେ ଯୁବତୀ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଅଭାବନୀୟ ଘଟଣା ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଘଟିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସିଟି ବସରେ ପାଖରେ ବସିଥିବା ଯୁବକ ଜଣଙ୍କ ତାଙ୍କୁ ବାରମ୍ବାର ଛୁଇଁବାକୁ ପ୍ରୟାସ କରିଥିଲେ । ଶେଷରେ ଯୁବତୀ ଜଣଙ୍କ ବିରକ୍ତ ହୋଇ ସିଟରୁ ଉଠିପଡି ବଡ ପାଟିରେ ଚିଲାଇବା ସହ ସମ୍ପୃକ୍ତ ଯୁବକଙ୍କୁ ଗାଳି ଗୁଲଜ କରିଥିଲେ । ଯୁବକ ଜଣଙ୍କୁ ବସରୁ ଓହ୍ଲାଇ ଯିବାକୁ କହୁଯାଇଥିଲା । ତେବେ ଯୁବତୀଙ୍କ ଅଭିଯୋଗକୁ ଯୁବକ ଜଣଙ୍କ ଅସ୍ୱୀକାର କରିବା ସହ ବସରୁ ଓହ୍ଲାଇବା ପାଇଁ ରାଜି ହୋଇ ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକଙ୍କୁ ଚପଲରେ ପିଟିଥିଲେ ଯୁବତୀ । ଏହାପରେ ବସରେ ଉତ୍ତେଜନା ଦେଖା ଦେଇଥିଲା ।

ସମ୍ବନ୍ଧିତ ଖବର