ନନ୍ଦନକାନନ ପ୍ରାଣୀ ଉଦ୍ୟାନ : ଅଣ୍ତାରୁ ବାହାରିଲେ ୨ ମାଣ୍ଡାରିନ୍‌ ବତକ ଛୁଆ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପକ୍ଷୀବିହାର ମଧ୍ୟରେ ଆଜି ଏକ ମାଣ୍ଡାରିନ୍‌ ବତକ ଅଣ୍ଡାରୁ ଦୁଇଟି ଛୁଆ ବାହାରିଛନ୍ତି। ଛୁଆ ଦୁଇଟି ସୁସ୍ଥ ଅଛନ୍ତି ଓ ମା’ ସହ ବିଚରଣ କରୁଛନ୍ତି। ଏହି ନୂଆ ଅତିଥିଦ୍ବୟଙ୍କ ଆଗମନ ଫଳରେ ମାଣ୍ଡାରିନ୍‌ ବତକ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ଗୋଟିଏ ପୁରୁଷ, ୩ଟି ମାଈ ଓ ଆଜି ଜନ୍ମିତ ଲିଙ୍ଗ ଚିହ୍ନଟ ହୋଇ ନଥିବା ଛୁଆ ଦୁଇଟି ଅଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ ତାରିଖ ରାତିରେ ୬ଟି ଛୁଆଙ୍କୁ ରାତିରେ ବଣୁଆ ମୂଷା ଖାଇ ଯାଇଥିଲେ। ଏଥର ସୁରକ୍ଷା ମିଳିଲେ ଛୁଆମାନେ ଜୀବିତ ରହିବେ ଓ ବଂଶବୃଦ୍ଧିରେ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର