ନନ୍ଦନକାନନରେ ବାରହସିଙ୍ଗାର ଅସ୍ତ୍ରୋପଚାର

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏକ ୮ ବର୍ଷ ବୟସର ପୁରୁଷ ବାରହସିଙ୍ଗା ହରିଣର ଲିଙ୍ଗରେ ଅସ୍ତ୍ରୋପଚାର କରାଯାଇଛି। କୌଣସି କାରଣରୁ ବାରହସିଙ୍ଗା ହରିଣଟିର ଲିଙ୍ଗ ପଦାକୁ ବାହାରି ରହିଥିଲା। ଓଡ଼ିଶା ବୈଷୟିକ କୃଷି ଓ ପ୍ରାଣୀ ଗବେଷଣା ତାଲିମ କେନ୍ଦ୍ର(ଓୟୁଏଟି) ଶଲ୍ୟ ବିଭାଗର ପ୍ରଫେସର୍‌ ଡ. ସୁଶେଣ କୁମାର ପଣ୍ତା ନିଶ୍ଚେତକ ଦେଇ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ବାରହସିଙ୍ଗାର ଲିଙ୍ଗ ପୂର୍ବାବସ୍ଥାକୁ ଫେରି ଆସିଛି। ନନ୍ଦନକାନନରେ ମୋଟ ୧୧ଟି ବାରହସିଙ୍ଗା ଅଛନ୍ତି।

ସମ୍ବନ୍ଧିତ ଖବର