ଓଁ କଳିଙ୍ଗ କଳା ପରିଷଦର ବାର୍ଷିକ ଉତ୍ସବ, ୪ ଜଣଙ୍କୁ ଯୁବ ପ୍ରତିଭା ସମ୍ମାନ

ଭୁବନେଶ୍ବର: ଓଁ କଳିଙ୍ଗ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଭାମାନଙ୍କୁ ସମ୍ମାନିତ କରିବାର ପର୍ବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ଚିତ୍ରାଙ୍ଗଦା ସାମନ୍ତସିଂହାର ଏବଂ ପ୍ରଫେସର ଡ. ବସନ୍ତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କ୍ରୀଡ଼ାବିତ୍‌ ଦୂତି ଚାନ୍ଦ, ଅଭିନେତ୍ରୀ ତଥା ଉପସ୍ଥାପିକା ଗୁନ୍‌ଗୁନ୍‌, ଅଭିନେତା ତଥା ଉପସ୍ଥାପକ ସୁଜିତ ପାଇକାରାୟ ଏବଂ ନୈସର୍ଗିକ ଲେଙ୍କାଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷା ରଶ୍ମି ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଆରାଧନା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଂଗୀତ ଏବଂ ଶେଷରେ ନୃତ୍ୟନାଟିକା ‘ତପସ୍ବିନୀ’ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର