ଅନ୍‌ଲାଇନ୍‌ରେ ବୁକିଂ ହେବ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର : ଏଣିକି ଅନଲାଇନରେ ବୁକିଂ ହେବ ରାଜଧାନୀର କଲ୍ୟାଣ ମଣ୍ଡପ। ଘରେ ବସି ଜଣେ ଗୋଟିଏ କ୍ଲିକ୍‌ରେ ନିଜ ମନ ପସନ୍ଦର ମଣ୍ଡପ ବାଛି ପାରିବ। ଖୁବଶୀଘ୍ର ବିଏମ୍‌ସି ପକ୍ଷରୁ ଏହି ଓ୍ଵବସାଇଟ ଲଞ୍ଚ ହେବାକୁ ଯାଉଛି। ଆସନ୍ତା ସୋମବାରଠାରୁ ଏହି ଓ୍ଵବସାଇଟ୍‌ କାର୍ଯ୍ୟ କରିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏବେ ବିବାହ ଋତୁ ଚାଲିଥିବା ବେଳେ ରାଜଧାନୀରେ କଲ୍ୟାଣ ମଣ୍ଡପକୁ ନେଇ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ପୂର୍ବରୁ ରାଜଧାନୀରେ ବିବାହ ମଣ୍ଡପ ଅନଲାଇନରେ ବୁକିଂ ହେଉଥିଲେ ହେଁ, କେବଳ ଆକ୍ସିସ୍‌ ବ୍ୟାଙ୍କ ଜରିଆରେ ଏଥିପାଇଁ ଲୋକଙ୍କୁ ଟଙ୍କା ପଇଠ କରିବାକୁ ପଡ଼ୁଥିଲା। ଯାହାକୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ମାତ୍ର ଏହାକୁ ସହଜ କରିବା ପାଇଁ ବିଏମ୍‌ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୂର୍ବରୁ କାର୍ଯ୍ୟ କରୁଥିବା େଓ୍ଵବସାଇଟ ଏନ୍‌ଆଇସି ଜରିଆରେ ନିର୍ମାଣ କରାଯାଇଥିବା ବେଳେ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଓ୍ଵବସାଇଟକୁ ଆଇଟି ଭାଷା ଅନୁଯାୟୀ ପୁନର୍ବାର ନିର୍ମାଣ କରାଯିବ। ଏଥିପାଇଁ ନୂତନ େଓ୍ଵବସାଇଟ ଓ ସାମିଲ ହୋଇଥିବା ନୂତନ ବ୍ୟାଙ୍କକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ବିଏମ୍‌ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର