ଆଉଟ୍‌ରିଚ୍‌ର ଗ୍ରୀଷ୍ମକାଳୀନ ତାଲିମ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଉଟ୍‌ରିଚ୍‌ ପକ୍ଷରୁ ରେଡିଓକୁ ନେଇ ଏକ ଗ୍ରୀଷ୍ମ କାଳୀନ ତାଲିମ୍‌ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅଲ୍‌ ଇଣ୍ଡିଆ ରେଡିଓ ନ୍ୟୁଜ୍‌ର ରାଜ୍ୟ ପ୍ରତିନିଧି ସୁଧାଂଶୁ ଶେଖର ଧଡ଼ା, ଶିକ୍ଷାବିତ୍‌ ଅମରେଶ୍ୱର ମିଶ୍ର ଓ ଅଲ୍‌ ଇଣ୍ଡିଆ ରେଡିଓର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ୩୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତୃତୀୟ ଥର ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନଙ୍କୁ ରେଡିଓ ସ୍କ୍ରିପ୍ଟ ଲେଖା, ଲାଇଭ୍‌ ସୋ ପ୍ରେଜେଣ୍ଟେସନ୍‌, ଉଚ୍ଚାରଣ ଓ କହିବା ଶୈଳୀ, ଆଉଟ୍‌ ଷ୍ଟେସନ୍‌ ବ୍ରୋଡ୍‌କାଷ୍ଟ୍‍, ରେଡିଓ ଖବର ସଂଗ୍ରହ ଏବଂ ଉପସ୍ଥାପନା, ଶ୍ରୋତାଙ୍କ ସହ ବାର୍ତାଳାପ ଶୈଳୀ, ନକଲ କରିବା ଓ ସ୍ୱର ଦାନ ଆଦି ତାଲିମ୍‌ ଦିଆଯିବ। ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ରେଡିଓ ଷ୍ଟେସନ୍‌ ଭ୍ରମଣରେ ନିଆଯିବା ସହ ସେମାନଙ୍କୁ ପ୍ରାୟୋଗିକ ଶିକ୍ଷା ଦିଆଯିବ। ଏଥିରେ ବ୍ୟକ୍ତିତ୍ୱ ବିକାଶ ଓ ଶରୀରର ଅଙ୍ଗଭଙ୍ଗୀର ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ। ଲୋକପ୍ରିୟ ରେଡିଓ ଜକି ଓ ରେଡିଓରେ ଅଭିଜ୍ଞ ବ୍ୟକ୍ତିମାନେ ଏହି ତାଲିମ୍‌ ଦେବେ ବୋଲି କାର୍ଯ୍ୟକ୍ରମର ପରିଚାଳକ ସୁବ୍ରତ ପତି କହିଛନ୍ତି।

ସମ୍ବନ୍ଧିତ ଖବର