‘୧୦କା ଦମ୍‌’ରେ ଓଡ଼ିଆ ପୁଅଙ୍କ ରେସ୍‌-୩ ପ୍ରୋମୋ : ସଲମାନ୍‌ ହସି ହସି ବେଦମ୍‌ ହେଲେ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ହାଇ ବଜେଟ୍‌ ଚଳଚ୍ଚିତ୍ର ରେସ୍‌-୩ର ଏକ ଫନି ପ୍ରୋମୋ ତିଆରି କରି ସଲମାନ୍‌ଙ୍କ ଠାରୁ ପ୍ରଶଂସା ସାଉଣ୍ଟିଛନ୍ତି ଓଡ଼ିଆ ପୁଅ ସବିର୍‌ ଓ ତାଙ୍କ ସାଥୀମାନେ। ସଲମାନ୍‌ ତାଙ୍କ ବ୍ୟକ୍ତିଗତ ସୋ’ ୧୦ କା ଦମ୍‌ରେ ସବିର୍‌ଙ୍କ ଫନି ପ୍ରୋମୋକୁ ପ୍ରଦର୍ଶନ କରି ହସି ହସି ବେଦମ୍‌ ହୋଇଛନ୍ତି। ରେସ୍‌-୩ର ପ୍ରୋମୋରେ କୋଟି କୋଟି ଟଙ୍କା ଖର୍ଚ ହୋଇଥିବା ବେଳେ ସବିର୍‌ ଓ ତାଙ୍କ ସାଥୀମାନେ ମାତ୍ର ଗୋଟିଏ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ଏବଂ କିଛି ଖେଳନା ସହାୟତାରେ ଏହାକୁ ତିଆରି କରିଛନ୍ତି। ଗୋଟିଏ ସାଧାରଣ ଲ୍ୟାପ୍‌ଟପ୍‌ରେ ଏହାକୁ ଏଡିଟିଂ କରାଯାଇଥିବା ବେଳେ ଏଥିରେ ୨ଟିସି ଇଫେକ୍ଟ ଦିଆଯାଇଛି। ତେବେ ଖୁବ୍‌ କମ୍‌ ଅର୍ଥରେ ତିଆରି ଏହି ଫନି ପ୍ରୋମୋ ଭିଜୁଆଲ୍‌ଟି ୩ ମିଲିୟନ୍‌ ଲାଇକ୍‌ ହାସଲ କରିଛି। ଏହାକୁ ଦେଖିବା ପରେ ସଲମାନ୍‌ ବେଶ୍‌ ଖୁସି ହୋଇ ଓଡ଼ିଆ ପୁଅ ସବିର ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉକି, ସବିର୍‌ ରାଜଧାନୀର ଜଣେ ଇଂଜିନିୟରିଂ କଲେଜ୍‌ର ଛାତ୍ର। ସେ ନିଜର ବ୍ୟକ୍ତିଗତ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଓଓ୍ଵାଇଇ ଟିଭି’ରେ ଏହି ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଏବେ ସଲମାନ୍‌ ନିଜ ଆଡ଼ୁ ଏହାର ଅଫିସିଆଲ୍‌ ବିଜ୍ଞାପନ କରି ୫ ମିଲିୟନ ଲାଇକ୍‌ ସଂଖ୍ୟା ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର