ଭୁବନେଶ୍ୱରର ଏହି ଚା ଦୋକାନରେ ‘ପାକିସ୍ତାନ ମୁର୍ଦ୍ଦାବାଦ’ କହିଲେ ୨ଟଙ୍କାରେ ଚା ଓ ୩ ଟଙ୍କାରେ କଫି ମିଳିବ

ଭୁବନେଶ୍ୱର : ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ସିଆରପିଏଫ ଉପରେ ଆକ୍ରମଣ ପରେ ପାକିସ୍ତାନ ଉପରେ ଏବେ ଭୀଷଣ ବିରକ୍ତ ହୋଇଯାଇଛନ୍ତି ଭାରତୀୟ ଲୋକେ । ପୁଲଓ୍ଵାମା ଆକ୍ରମଣକୁ ନେଇ ବିଭିନ୍ନ ଉପାୟରେ ଲୋକମାନେ ପାକିସ୍ତାନ ବିରୋଧରେ ନିଜର ବିରୋଧ ପ୍ରଦର୍ଶନ କରୁଛନ୍ତି । କିଏ ପାକିସ୍ତାନ ମୁର୍ଦ୍ଦାବାଦ କହିଲେ ନିଜ ଦୋକାନରେ ରିହାତି ଦେଉଛି ତ ଆଉ କିଏ ହୋଟେଲରେ ଅଧା ଦରରେ ଖାଇବାକୁ ଦେଉଛି ।

ଆମ ଭୁବନେଶ୍ୱରରେ ମଧ୍ୟ ଏପରି ଏକ ଦୋକାନ ରହିଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଅଂଚଳରେ ଥିବା ଏହି ଚା ଦୋକାନରେ ଯାଇ ଆପଣ ପାକିସ୍ତାନ ମୁର୍ଦ୍ଦାବାଦ କହିଲେ ଆପଣଙ୍କୁ ୨ ଟଙ୍କାରେ ଚା ଓ ୩ ଟଙ୍କାରେ କଫି ମିଳିବ । ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନକୁ ନିନ୍ଦା କରିବା ଓ ଲୋକଙ୍କ ମଧ୍ୟରେ ଜାତୀୟତା ଭାବନା ସୃଷ୍ଟି କରିବା ପାଇଁ ଏପରି କରାଯାଉଛି ବୋଲି ଚା ଦୋକାନୀ ସର୍ବେଶ୍ୱର ପାତ୍ର କହିଛନ୍ତି ।

ସେହିପରି ମୁମ୍ବାଇରେ ଥିବା ଡୋଭେସ ରେସ୍ତୋରାଁରେ ପାକିସ୍ତାନ ମୁର୍ଦ୍ଦାବାଦ କହିଲେ ୧୫ ପ୍ରତିଶତ ରିହାତି ମିଳୁଛି । ଅନ୍ୟପକ୍ଷରେ ଗୁଜୁରାଟର ମୋର୍ବିଠାରେ ଥିବା ଏକ ଟାଇଲ କାରଖାନାରେ ପାକିସ୍ତନୀ ପତାକା ଥିବା ପାଇଖାନା ଟାଇଲ ନିର୍ମାଣ କରିଛି ।

ସମ୍ବନ୍ଧିତ ଖବର