ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାରେ ରସଗୋଲାର ସ୍ଥାନ ସ୍ବତନ୍ତ୍ର। ପୁରାତନ ଯୁଗରୁ ଏହି ପରମ୍ପରା ରହି ଆସିଛି। ବଙ୍ଗଳା ରସଗୋଲା କେବଳ ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ହେଁ, ଓଡ଼ିଶା ରସଗୋଲା ଶ୍ରୀଜଗନ୍ନାଥ ପରମ୍ପରା ସହ ଜଡ଼ିତ। ତେଣୁ ଏହାର ମାଲିକାନାକୁ ନେଇ ଯେଉଁ ବିବାଦ ଚାଲିଛି ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଲେଖକ େଦବଦତ୍ତ ପଟ୍ଟନାୟକ। ମେ ଫେୟାରରେ ଅନୁଷ୍ଠିତ ‘ଅଲୌକିକ କଳିଙ୍ଗ ସାହିତ୍ୟ ଉତ୍ସବ’ର ଦ୍ବିତୀୟ ଦିବସରେ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଲେଖିକା ଆଶିଆ ସତ୍ତାର ରାମାୟଣ ସମ୍ପର୍କରେ ନିଜର ମତ ରଖି କହିଲେ, ଭାରତରେ ଅଧିକାଂଶ ରାଜ୍ୟର ନିଜସ୍ବ ରାମାୟଣ ଅଛି। ମାତ୍ର ରାମାନନ୍ଦ ସାଗରଙ୍କ ତୁଳସୀ ଦାସ ରାମାୟଣରୁ ପ୍ରଭାବିତ ରାମାୟଣ ଧାରାବାହିକ ଭାରତୀୟ ଜନମାନସରେ ଏବେ ବି ଲିପିବଦ୍ଧ ହୋଇ ରହିଛି। ମାତ୍ର ଏହା ବାଲ୍ମୀକି ରାମାୟଣଠାରୁ ଭିନ୍ନ। ରାମାୟଣ ଧାରାବାହିକରେ ଯେଉଁ ‘ଲକ୍ଷ୍ମଣ ରେଖା’ କଥା ରହିଛି ତାହା ବାଲ୍ମୀକି ରାମାୟଣ କି ଅନ୍ୟ କୌଣସି ରାମାୟଣରେ ଉଲ୍ଲେଖ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ବଲିଉଡ୍ ଅଭିନେତା ତଥା କବି ଦାନିଷ ହୁସେନ୍ କାହାଣୀକୁ କଥା ଆକାରରେ ବର୍ଣ୍ଣନା କରିବା ଆକର୍ଷଣୀୟ ଅନୁଭବ ଦେଇଥିଲା।