ଶତରୂପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକାର ସାହିତ୍ୟ ସମାରୋହ

ଭୁବେନଶ୍ବର: ଶତରୂପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକାର ତ୍ରୟମାସିକ ସାହିତ୍ୟ ସମାରୋହ ଆଜି ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଆୟୋଜିତ ହୋଇଯାଇଛି। ନାଇଜରର କୁଳସଚିବ ଅଭୟ କୁମାର ନାୟକ, ଗୀତିକବି ଶ୍ରୀଚରଣ ମହାନ୍ତି ଓ ଓଡ଼ିଶୀ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସହ-ସଂପାଦକ ପୂର୍ଣ୍ଣାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ୫୦ରୁ ଊର୍ଧ୍ବ କବି କବିତା ପାଠ କରିଥିଲେ। ଏହି ଅବସରରେ ସଙ୍ଗୀତକାର ମହେଶ୍ବର ସାହୁଙ୍କ ସଙ୍ଗୀତ ପରିଚାଳନାରେ ଏକ ମନୋଜ୍ଞ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଭଜକୃଷ୍ଣ ମହାନ୍ତି, ସଂପାଦକ ଗୋଲକ ବିହାରୀ ନାୟକ, ଗୀତିକବି ରବି ମହାପାତ୍ର, କୀର୍ତ୍ତିମୟୀ ମହାନ୍ତି, ଦୁର୍ଯ୍ୟୋଧନ କାଠୁଆ ଓ ରଞ୍ଜିତ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ପ୍ରଫେସର ଚକ୍ରଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର