ହାରପିକ୍‌ ଭାଇରସ୍‌ ଭୟ: ନନ୍ଦନକାନନରୁ ସ୍ଥାନାନ୍ତର ହେବେ ୬ ହାତୀ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକଙ୍କ ପାଇଁ ଥିବା ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ରୁ ୬ଟି ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ। ହାତୀମାନଙ୍କର ସ୍ଥାନାନ୍ତର ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ବିଗତ ୧ ମାସ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ଟି ହାତୀଙ୍କର ମୃତ୍ୟୁ ଘଟିଛି।  ଚନ୍ଦନର ମୃତ୍ୟୁ ହେବା ପରେ କର୍ତ୍ତୃପକ୍ଷ ହାରପିକ୍‌ ଭାଇରସ୍‌ ନେଇ ସନ୍ଦେହ କରୁଛି।

ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି। ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଯାଉଥିଲା ମୃତ୍ୟୁର ପ୍ରକୃତ କାରଣ ସଂକ୍ରାନ୍ତରେ କୌଣସି ତଥ୍ୟ ନ ମିଳିନାହିଁ। ଗତ ଅଗଷ୍ଟ ମାସ ଶେଷ ଆଡ଼କୁ ପ୍ରାଣୀ ଉଦ୍ୟାନରେ ଅନ୍ୟ ଏକ ହାତୀ ହାର୍ପିସ୍‌ ଭାଇରସ୍‌ ସଂକ୍ରମଣ ଯୋଗୁଁ ମରିଯାଇଥିଲା। ୨୦୧୦ ମସିହା ଜୁଲାଇ ମାସ ୨୮ ତାରିଖ ଦିନ ଚନ୍ଦନକୁ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର