ଛାତ୍ର ସଂସଦ ନିର୍ବାଚନ: ୯୫% କଲେଜରେ ବିଜେଡି ବିଜୟୀ ହୋଇଥିବା ଦାବି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ୯୫ ପ୍ରତିଶତ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛି ବୋଲି ଛାତ୍ର ବିଜେଡି ଦାବି କରିଛି। ଛାତ୍ର ସଂସଦ ନିର୍ବାଚନ ଫଳାଫଳ ନେଇ ବିଜେଡ଼ି କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହା ଜଣାପଡ଼ିଛି। ଛାତ୍ର ବିଜେଡି କହିଛି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ରହିଛି। ପ୍ରାୟୋଜିତ ଭାବରେ ବିଭିନ୍ନ କଲେଜରେ ନିର୍ବାଚନ ବନ୍ଦ ହୋଇଛି। ହାରିବା ଭୟରେ ବିରୋଧୀ ନିର୍ବାଚନ ବନ୍ଦ କରାଇଛନ୍ତି ବୋଲି ଛାତ୍ର ବିଜେଡି କହିଛି। ହିଂସାର ରାଜନୀତିକୁ ଛାତ୍ରଛାତ୍ରୀ ପ୍ରତ୍ୟାଖ୍ୟାନ କରିଛନ୍ତି। ୩୭୫ଟି କଲେଜରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସମ୍ପନ୍ନ ହୋଇଛି ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର