ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆଜି

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ରାଜ୍ୟ ସଭାପତି ବସନ୍ତ ପଣ୍ତାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସି˚ହ, ବିଧାୟକ ଦଳ ନେତା କେ.ଭି.ସି˚ହଦେଓଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସଭାପତି ଶ୍ରୀ ପଣ୍ତାଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସି˚ହ, ବିଧାୟକ ଦଳ ନେତା କେ.ଭି.ସି˚ହଦେଓଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଯୋଗ ଦେବେ। ବୈଠକକୁ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଉଦ୍‌ଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଶାସକ ବିଜେଡିର ଅସହିଷ୍ଣୁତା ଓ ଅପାରଗତା କାରଣରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ
ଗରୀବ କଲ୍ୟାଣ ଯୋଜନାଗୁଡିକ ସରଳ ଓ ଗରୀବ ରାଜ୍ୟବାସୀମାନେ ପାଇବାକୁ ବଞ୍ଚିତ ହେଉଛନ୍ତି। ସେହିପରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦିନକୁ ଦିନ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ହି˚ସା ଓ ଅତ୍ୟାଚାର, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଅନେକ ପ୍ରସଙ୍ଗରେ ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀରେ ଆଲୋଚନା କରାଯିବା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର