୧୯୭୦ ମସିହା ହିନ୍ଦୀ ସିନେମା ଗୀତ ଟୁଇଟ୍‌ କରି ମୋଦିଙ୍କୁ ସମାଲୋଚନା କଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ୧୯୭୦ ମସିହାର ହିନ୍ଦୀ ସିନେମା ସଙ୍ଗୀତ ‘ରାମ୍‌ଚନ୍ଦ୍ର କେହ୍‌ ଗୟେ ସିୟାସେ’ ଯୋଗେ ଆଜି ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।

ତାଙ୍କୁ ଚିତ୍ରାୟିତ କରାଯାଇଥିବା ଗୋଟିଏ ସେକ୍ସ୍‍ ସିଡି ରିଲିଜ୍‌ କରିବା ଘଟଣାରେ ବିଜେପିକୁ ଦାୟୀ କରିଥିବା ପଟେଲ୍‌ ନରେନ୍ଦ୍ର ମୋଦିଙ୍କୁ କଟୁ ସମାଲୋଚନା କରିବାକୁ ହିନ୍ଦୀ ସିନେମା ‘ଗୋପୀ’ର ଗୀତକୁ ପରିବର୍ତ୍ତନ କରିଛନ୍ତି। ସେ ପ୍ରକାରାନ୍ତରେ କହିଛନ୍ତି, କଳିଯୁଗର ଆଗମନ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ। ପ୍ରଧାନମନ୍ତ୍ରୀଙ୍କ ତେଜ୍ୟ ପତ୍ନୀ ୬୪ ବର୍ଷୀୟ ଯଶୋଦାବେନ୍‌ ମୋଦିଙ୍କୁ ଦର୍ଶାଇ ସେ ଏ କଥା କହିଛନ୍ତି। ଆମ ଆଡ଼କୁ କଳିଯୁଗ ଆସୁଛି ବୋଲି ସେ ଗାନ୍ଧୀଙ୍କ ଆତତାୟୀ ନାଥୁରାମ ଗଡ୍‌ସେଙ୍କ ନିମନ୍ତେ ମନ୍ଦିର ତୋଳାଯିବା କଥାକୁ ଦୃଷ୍ଟାନ୍ତ ଦେଇଛନ୍ତି।


ଆସନ୍ନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଗୁଜୁରାଟରେ ଶାସକ ବିଜେପି ନିମନ୍ତେ କଣ୍ଟା ସାଜିଥିବା ୨୪ ବର୍ଷିୟ ପଟେଲ୍‌ ଏ ସପ୍ତାହ ଆରମ୍ଭରୁ ସେକ୍ସ୍‍ ସିଡି ଓ ସେକ୍ସ କ୍ଲିପ୍‌ ମାମଲାରେ ନିନ୍ଦିତ ହେଉଛନ୍ତି। ଏଥିପାଇଁ ପଟେଲ୍‌ ବିଜେପିକୁ ଦାୟୀ କରି କହିଥିଲେ କି, ସେ ଦଳ ତାଙ୍କ ଗୋପନୀୟତା ଉଲ୍ଲଂଘନ କରିଛି।

ହିନ୍ଦୀରେ ଟୁଇଟ୍‌ କରି ପଟେଲ୍‌ କହିଛନ୍ତି: ଗୁଜୁରାଟର ଭୋଟର୍‌ମାନେ ୨୨ ବର୍ଷିୟ ତରୁଣର ସିଡି ଦେଖିବାକୁ ଚାହାନ୍ତି ନାହିଁ, ରାଜ୍ୟରେ ଗତ ୨୨ ବର୍ଷରେ କୌଣସି ଉନ୍ନତି ହୋଇଛି କି, ନାହିଁ ତା’ର ସିଡି ଦେଖିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର