ମୋତେ ପାର୍ଟିରୁ ବହିଷ୍କାର କରାଯାଇଥିବାରୁ ଏହାକୁ ସ୍ୱାଗତ କରୁଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଶୁକ୍ରବାର ଜିଲ୍ଲା କମିଟିରୁ ବହିଷ୍ଠାର କରାଯାଇଛି। ବହିଷ୍କାର ହେବା ପରେ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ କମିଟିରୁ ବାହାର କରି ଦିଆଯାଇଛି। ସେହିଭଳି କିଛି ନେତା ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି। କମିଟିରୁ ବାହାର କରି ଦିଆଯାଇଥିବାରୁ ମୁଁ ଏହାକୁ ସ୍ୱାଗତ କରୁଛି। ଏହା ମୋ ପାଇଁ ଅପମାନଜନକ ନୁହେଁ। ବହିଷ୍କାର ନେଇ ଦଳର କେଉଁ ନେତାଙ୍କ ସହ କଥା ହେବାର ନୁହେଁ। ବରଂ ଯେଉଁମାନେ ଏହି ବୁଦ୍ଧି ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ। ଦଳ ଲୋକଙ୍କ ଉନ୍ନତି ପାଇଁ ଲଢୁ ନାହିଁ ବୋଲି ମହାପାତ୍ର କହିଛନ୍ତି।

ବିଜୟଙ୍କ ବୟାନ ପରେ ବିଜେପି ଜବାବ ରଖିଛି। ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଦଳର ପ୍ରମୁଖ ନେତା ଶୃଙ୍ଖଳା ଭିତରେ ରହିବା ଜରୁରୀ। ଶୃଙ୍ଖଳା ଭିତରେ ରହିଲେ ଅନ୍ୟମାନେ ତାଙ୍କଠୁ ଶିକ୍ଷା ଲାଭ କରିବେ। ଏପରି ନକରାତ୍ୱକ ଚିନ୍ତାଧାରା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ବିଜେପିର ଗୋଟିଏ ଲକ୍ଷ୍ୟ ଭ୍ରଷ୍ଟାଚାର ଶାସନ ବିରୋଧରେ ଲଢ଼ିବା। ଏଥିରେ କିଏ ସାଥି ଦେଉ ବା ନଦେଉ ଯାଆ ଆସ ନାହିଁ। ବିଜୟଙ୍କ ମନ୍ତବ୍ୟକୁ ଦଳ ଗୁରୁତର ସହ ବିଚାର କରିବ।

ସମ୍ବନ୍ଧିତ ଖବର