ରାଉରକେଲାରୁ ଚାଲି ଚାଲି ଦିଲ୍ଲୀ ଯାଇଥିବା ମୁକ୍ତିକାନ୍ତ ବିଶ୍ୱାଳ କଂଗ୍ରେସ ଟିକେଟରେ ରାଉରକେଲାରୁ ଲଢ଼ିବେ

ଭୁବନେଶ୍ବର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁକୁ ସୁଯୋଗ ଦେଇଛି କଂଗ୍ରେସ । ଚଳିତ ଥର ରାଉରକେଲା ମୈଦାନକୁ ଓଲ୍ହାଇବେ  ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ପହଞ୍ଚିଥିବା ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳ।

ହାତରେ ତ୍ରିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚି ମୁକ୍ତିକାନ୍ତ ବିଶ୍ୱାଳ ସମଗ୍ର ଦେଶର ନଜରକୁ ଆସିଥିଲେ । ସେତେବେଳେ କଂଗ୍ରେସ ଏହାକୁ ଏକ ବଡ଼ କ୍ୟାମ୍ପେନ ଭାବେ ଠିଆ କରିଥିଲେ । ସୂଚନାଯୋଗ୍ୟ ସେତେବେଳେ ମୁକ୍ତିକାନ୍ତଙ୍କ ସେହି କ୍ୟାମ୍ପେନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିଥିଲେ । ଉକ୍ତ ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।

ରାଜନୀତିରେ ବିଲକୁଲ ଅଭିଜ୍ଞତା ନ ଥିଲେ ମଧ୍ୟ ମୁକ୍ତିକାନ୍ତ ରାଉରକେଲା ତଥା ରାଜ୍ୟ ପାଇଁ ଏବେ ବେଶ୍ ଜଣାଶୁଣା  । ତେଣୁ କଂଗ୍ରେସ ମୁକ୍ତିକାନ୍ତଙ୍କ ଲୋକପ୍ରିୟତାର ଫାଇଦା  ହାସଲ କରିବା ପାଇଁ ଚାହୁଁଛି । ସେପଟେ ରାଉରକେଲାରୁ ଚଳିତ ଥର ସାରଦା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି ଏବଂ ନିହାର ରାୟଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ୨୦୧୪ରେ ରାଉରକେଲା ଗଡ଼ ଅକ୍ତିଆର କରିଥିଲେ ଦିଲ୍ଲୀପ ରୟ । ହେଲେ ୨୦୧୮ ନଭେମ୍ବର ମାସରେ ସେ ଦଳରୁ ଦଳରୁ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀରେ ଦ୍ଵିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା ଆଉ ସେଥିପାଇଁ ଦଳ ଛାଡ଼ିଥିଲେ ଦିଲ୍ଲୀପ।

ସମ୍ବନ୍ଧିତ ଖବର