ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ହୋଇନାହିଁ, ବୟାନ ରଖିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ର୍ନିବାଚନ ଲଢିବା ସଂପର୍କରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପ୍ରଧାନମନ୍ତ୍ରୀଙ୍କ ବିଷୟରେ ହୋଇଥିବା ଏହି ଚର୍ଚ୍ଚାକୁ ମିିଛ କହିଛନ୍ତି ଶାହା। ସେ କହିଛନ୍ତି କି ‘କିଏ କେଉଁ ଅଞ୍ଚଳରୁ ଲଢ଼ିବେ ତାହା ଏଯାବତ୍‌ ସ୍ଥିର ହୋଇନାହିଁ। ମୋଦିଙ୍କ ଓଡିଶା ଗସ୍ତର ଠିକ୍‌ କିଛି ସମୟ ପୂର୍ବରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜାତୀୟ ଗଣମାଧ୍ୟମରେ ଚାଲିଥିବା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅମିତ ଶାହା।

ଉଲ୍ଲେଖଯୋଗ୍ୟ, ଆଗାମୀ ନିର୍ବାଚନ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ଲୋକସଭା ର୍ନିବାଚନ ଲଢ଼ିଥିଲେ। ଆଗାମୀ ଲୋକସଭା ର୍ନିବାଚନରେ ଓଡିଶାର ପୁରୀରୁ ର୍ନିବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା।

ସେତିକି ନୁହେଁ , ଏପରିକି ଏକ ପ୍ରତିଷ୍ଠିତ ଖବର ଚ୍ୟାନେଲ ଏବିପି ନ୍ୟୁଜର ରିପୋର୍ଟ ଅନୁସାରେ ବାରଣାସୀରେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ପାଇ ଦେଶର ପ୍ରଧାନମନ୍ତ୍ରୀ ବନିଥିବା ମୋଦି ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବାକୁ ପୁରୀରେ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଖବର ପ୍ରସାରଣ କରିଥିଲା।

ସମ୍ବନ୍ଧିତ ଖବର